ETV Bharat / state

ବୁଦାମୂଳରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - ରାଇରଙ୍ଗପୁରରେ ଚାଞ୍ଚଲ୍ୟ

ରାଇରଙ୍ଗପୁରରେ ଚାଞ୍ଚଲ୍ୟ । ବୁଦାମୂଳରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଦୁବଲାବେଡା ଗ୍ରାମ ନିକଟରେ । ଅଧିକ ପଢନ୍ତୁ

ବୁଦାମୂଳରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : May 18, 2022, 12:40 PM IST

ରାଇରଙ୍ଗପୁର: ରାଇରଙ୍ଗପୁରରେ ଚାଞ୍ଚଲ୍ୟ । ବୁଦାମୂଳରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଦୁବଲାବେଡା ଗ୍ରାମ ନିକଟରେ । କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟା ସନ୍ଦେହ କରାଯାଉଛି ।

ବୁଦାମୂଳରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୂଚନାଅନୁସାରେ, ଆଜି(ବୁଧବାର) ସକାଳୁ ବିଦ୍ୟାଳୟ ପାଚେରୀ କଡ଼ରେ ଥିବା ଅନାବନା ଗଛ ବୁଦା ମୂଳରେ ଏକ ଗଳିତ ମୃତଦେହ ପଡ଼ିଥିବା ଦେଖି ରାଇରଙ୍ଗପୁର ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ଖବରପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଡକାଇଥିବା ଜଣାପଡିଛି ।

ସେପଟେ ମୃତ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି । ପାରିପାର୍ଶ୍ବିକ ସ୍ଥିତିରୁ କେହି ତାଙ୍କୁ ହତ୍ୟା କରି ଫୋପାଡି ଦେଇ କୌଣସି ରାସାୟନିକ ପଦାର୍ଥ ଅଥବା ପେଟ୍ରୋଲ କିମ୍ବା କିରୋସିନ ଦେଇ ପୋଡ଼ି ଦେଇଥିବା ଜଣାପଡୁଥିବା ବେଳେ କେଉଁ କାରଣରୁ ମହିଳାଙ୍କୁ ହତ୍ୟା କରାଯାଇଛି ଓ କିଏ ହତ୍ୟା କରି ବୁଦା ମୂଳରେ ଫୋପାଡି ଦେଇଛି ତାହା ଜାଣିବା ପାଇଁ ପୋଲିସ ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.