ETV Bharat / state

ହରିବଳଦେବ ଜୀଉଙ୍କ ସ୍ନାନ ସମ୍ପନ୍ନ - mayurbhanj news

ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀଜୀଉଙ୍କ ସ୍ନାନ ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ...

debasnana purnima rituals held in mayurbhanj
ହରିବଳଦେବ ଜୀଉଙ୍କ ସ୍ନାନ ସମ୍ପନ୍ନ
author img

By

Published : Jun 24, 2021, 11:21 AM IST

ବାରିପଦା: କୋରୋନା କଟକଣାରେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ହରିବଳଦେବ ଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଛି । ରୀତିନୀତି ପରମ୍ପରା ଅନୁଯାୟୀ ପୁରୀରେ ଶ୍ରୀଜୀଉମାନଙ୍କୁ ୧୦୮ ଗରା ପାଣିରେ ସ୍ନାନ କାର୍ଯ୍ୟ କରାଯାଉଥିବା ବେଳେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପରମ୍ପରା ଟିକେ ନିଆରା। ହରିବଳଦେବ ଜୀଉଙ୍କ ପରମ୍ପରା ଅନୁଯାୟୀ, ୧୦୮ ଲେଖାଏଁ କୁମ୍ଭ ଜଳରେ ବଡ଼ ଠାକୁର ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରାଙ୍କର ଓ ସୁଦର୍ଶନଙ୍କର ସ୍ନାନ କରାଯାଇଛି।

ହରିବଳଦେବ ଜୀଉଙ୍କ ସ୍ନାନ ସମ୍ପନ୍ନ

ସନ୍ଧ୍ୟା ୭ଟାରେ ଶ୍ରୀଜୀଉ ଗଜାନନ ବେଶରେ ଦର୍ଶନ ଦେବେ। ହେଲେ ସଂକ୍ରମଣ ପାଇଁ ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଏଥର ଦର୍ଶନ କରିପାରୁନାହାଁନ୍ତି ଭକ୍ତ । ମନ୍ଦିର ପରିସରରେ ଭିଡ ନ ଜମାଇବା ପାଇଁ 144 ଧାରା ଜାରି କରାଯାଇଛି । ଆଜି ସକାଳ 5ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।

ସୁରକ୍ଷା ଦୃଷ୍ଟି ପୋଲିସ ଫୋର୍ସ ସହ ପୁଲିସ୍‌ ଅଧିକାରୀ ନିୟୋଜିତ ହୋଇଛନ୍ତି। ମନ୍ଦିର ଭିତରେ ହିଁ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେଉଥିବା ବେଳେ ସାମାଜିକ ଦୂରତା ରକ୍ଷା ନିମନ୍ତେ ଯଥା ସମ୍ଭବ ପ୍ରୟାସ କରିବାକୁ ପଣ୍ଡା ଓ ସେବାୟତଙ୍କୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତିନି ଠାକୁରଙ୍କ ସ୍ନାନ ପର୍ବ ପରେ ତିନିଠାକୁରଙ୍କୁ ଅଣସର ଘରକୁ ନିଆଯିବ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.