ETV Bharat / state

ଧାନବିଲରୁ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - ଯୋଜନାବଦ୍ଧ ହତ୍ୟା ଅଭିଯୋଗ

ଧାନକ୍ଷେତରୁ ଉଦ୍ଧାର ହେଲା କ୍ଷତାକ୍ତ ମୃତଦେହ । ଯୋଜନାବଦ୍ଧ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ...

ଧାନବିଲରୁ କ୍ଷତାକ୍ତ ମୃତଦେହ ଉଦ୍ଧାର
ଧାନବିଲରୁ କ୍ଷତାକ୍ତ ମୃତଦେହ ଉଦ୍ଧାର
author img

By

Published : Oct 10, 2020, 8:30 PM IST

ରାଇରଙ୍ଗପୁର: ଧାନବିଲରୁ କ୍ଷତାକ୍ତ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଖଣ୍ଡାଡେରା ଗ୍ରାମରେ । ସୂଚନା ଅନୁଯାୟୀ ଖଣ୍ଡାଡେରା ଗ୍ରାମ ନିକଟସ୍ଥ ଧାନବିଲରେ ସେହି ଗ୍ରାମର 55 ବର୍ଷୀୟ ଦୁଃଖିରାମ ସୋରେନଙ୍କ କ୍ଷତାକ୍ତ ମୃତଦେହ ମିଳିଛି ।

ମୃତକଙ୍କ ପୁଅ ଗାଲୁରାମ ସୋରେନ ଧାନବିଲରେ ବାପାଙ୍କ ମୃତଦେହ ପଡ଼ିଥିବା ଦେଖି ତୁରନ୍ତ ଗ୍ରାମବାସୀ ଓ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ବାରିପଦାରୁ ସାଇଣ୍ଟିଫିକ ଟିମ ଡକାଇ ତଦନ୍ତ ଆରମ୍ଭ କରିଛି । ସେପଟେ ପୁଅ ଗାଲୁରାମ ସୋରେନଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ଦିନ ଦୁଇଟା ପାଖରୁ ବାପା ଦୁଃଖିରାମ ସୋରେନ ନିଖୋଜ ଥିଲେ ଓ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ଫିଙ୍ଗି ଦିଆଯାଇଥିବା ସେ ଅଭିଯୋଗ ଆଣିଛନ୍ତି । ମୃତକଙ୍କ ମୁଣ୍ଡ, ମୁହଁରେ କ୍ଷତ ଚିହ୍ନ ଥିବାବେଳେ ନାକରୁ ରକ୍ତଶ୍ରାବ ହୋଇଥିବା ଦେଖିବାକୁ ମିଳିଛି । ତେଣୁ ପାରିପାର୍ଶ୍ବିକ ସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରୁଛି ପୋଲିସ । ସେପଟେ ବାଦାମପାହାଡ଼ ଥାନା ପୋଲିସ ତଦନ୍ତ ଜାରି ରଖିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.