ETV Bharat / state

ରାସ୍ତାକଡରୁ ମୃତଦେହ ଉଦ୍ଧାର, ପୋଲିସର ଛାନଭିନ ଆରମ୍ଭ

author img

By

Published : May 10, 2020, 12:24 PM IST

ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ନିକଟ ମୁଖ୍ୟ ରାସ୍ତା କଡରେ ମୃତ୍ୟୁଦେହ ଉଦ୍ଧାର । ଜୀବିତ ଅବସ୍ଥାରେ ସାହାଯ୍ୟ ନ ପାଇ ବ୍ୟକ୍ତି ଜଣଙ୍କ ରାସ୍ତା କଡରେ ପଡି ମୃତ୍ୟୁ ବରଣ କରିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

dead-body-found-in-road-police-start-investigate
ରାସ୍ତା କୋଡ଼ରୁ ମୃତ୍ୟୁ ଦେହ ଉଦ୍ଧାର ପୋଲିସର ଛାନଭିନ ଆରମ୍ଭ

ବାରିପଦା: ରାସ୍ତାକଡରୁ ମୃତଦେହ ଉଦ୍ଧାର। ମୃତକ ବ୍ୟକ୍ତି ଜଣକ ହେଲେ କନ୍ଦା କିସ୍କୁ(୫୦) । ଜୀବିତାବସ୍ଥାରେ ସାହାଯ୍ୟ ନ ପାଇ ବ୍ୟକ୍ତି ଜଣକ ରାସ୍ତା କଡରେ ପଡି ମୃତ୍ୟୁ ବରଣ କରିଛନ୍ତି ।

ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ନିକଟ ମୁଖ୍ୟ ରାସ୍ତା କଡରୁ ମୃତଦେହ ଉଦ୍ଧାର। ମୃତକ ଜଣଙ୍କ ହେଲେ କନ୍ଦା କିସ୍କୁ। କନ୍ଦା ମୟୂରଭଞ୍ଜ ଜିଲ୍ଲାର ଖଇରବଣି ଗାଁ ରୁ ବହାଡ଼ାଗଡା ଅଞ୍ଚଳକୁ ସାଇକେଲ ଯୋଗେ ଯାଉଥିଲେ। ତେବେ ମୃତକ ଜଣଙ୍କ ଅତ୍ୟଧିକ ମଦ୍ୟପାନ ଯୋଗୁଁ ଭାରସାମ୍ୟ ହରାଇ ସାଇକେଲରୁ ରାସ୍ତା କଡକୁ ଖସି ପଡ଼ିଥିଲେ। ଶନିବାର ମୃତକ ଜଣଙ୍କ ଜୀବିତ ଅବସ୍ଥାରେ ଦୀର୍ଘ ସମୟ ରାସ୍ତା କଡରେ ପଡ଼ିଥିଲେ। ତେବେ ମୃତକ କନ୍ଦା କୌଣସି ସାହାଯ୍ୟ ସହଯୋଗ ନ ପାଇ ମୃତ୍ୟୁବରଣ କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

ଖବର ପାଇ ଝରପୋଖରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜକୁ ପଠାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.