ETV Bharat / state

ଅନୁକମ୍ପା ରାଶି ହଡ଼ପ କରି ଡାଟା ଏଣ୍ଟ୍ରି ଅପରେଟର ଗିରଫ

author img

By

Published : Nov 7, 2021, 12:53 PM IST

ହାତୀ ଉପଦ୍ରବରେ କ୍ଷୟକ୍ଷତି ପାଇଁ ଥିବା ଅନୁକମ୍ପା ରାଶିକୁ ଆତ୍ମସାତ କରି ଗିରଫ ହେଲେ ଡାଟା ଏଣ୍ଟ୍ରି ଅପରେଟର ମୃତ୍ୟୁଞ୍ଜୟ ପଣ୍ଡା । ମୟୂରଭଞ୍ଜ ଜିଲ୍ଲା ଦୁଧିଆଣି ରେଞ୍ଜ ଅଧିକାରୀଙ୍କ ଠାରୁ ଅଭିଯୋଗ ପାଇବା ପରେ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ଅନୁକମ୍ପା ରାଶି ହଡ଼ପ କରି ଡାଟାଏଣ୍ଟ୍ରି ଅପରେଟର ଗିରଫ

ରାଇରଙ୍ଗପୁର: ହାତୀ ଉପଦ୍ରବରେ କ୍ଷୟକ୍ଷତି ପାଇଁ ଥିବା ଅନୁକମ୍ପା ରାଶିକୁ ଆତ୍ମସାତ କରି ଗିରଫ ହେଲେ ଡାଟା ଏଣ୍ଟ୍ରି ଅପରେଟର ମୃତ୍ୟୁଞ୍ଜୟ ପଣ୍ଡା। ହାତୀ ଉପଦ୍ରବ ଯୋଗୁଁ କ୍ଷତିଗ୍ରସ୍ତ ଲୋକଙ୍କୁ ଦେବାକୁ ଥିବା ୪୬,୬୦୦ ଟଙ୍କା ନିଜ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରି ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।

ମୟୂରଭଞ୍ଜ ଜିଲ୍ଲା ଦୁଧିଆଣି ରେଞ୍ଜ ଅଧିକାରୀଙ୍କଠାରୁ ଅଭିଯୋଗ ପାଇବା ପରେ କରଞ୍ଜିଆ ଥାନା ପୋଲିସ, ଡାଟା ଏଣ୍ଟ୍ରି ଅପରେଟର ମୃତ୍ୟୁଞ୍ଜୟ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏଥିରେ ଆହୁରି ବଡ଼ ବଡ଼ ଅଧିକାରୀଙ୍କ ହାତ ଥିବା ଅଭିଯୋଗ ଆସୁଥିବା ବେଳେ ଏହାର ବିଧିବଦ୍ଧ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.