ETV Bharat / state

ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀ: କ୍ଷତିପୂରଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ - ମୟୂରଭଞ୍ଜ ଖବର

ଅଦିନିଆ ବର୍ଷାରେ ଚାଷୀ କ୍ଷତିଗ୍ରସ୍ତ । ମୟୁରଭଞ୍ଜ ଜିଲ୍ଲା ତିରିଂ ତହସିଲଦାର ଏବଂ ବିଡିଓଙ୍କ ଜରିଆରେ ସିପିଆଇ ପକ୍ଷରୁ ଦାବିପତ୍ର ପ୍ରଦାନ। ଅଧିକ ପଢନ୍ତୁ

ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀ : କ୍ଷତିପୂରଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

author img

By

Published : Dec 13, 2021, 10:38 PM IST

ରାଇରଙ୍ଗପୁର : ଅଦିନିଆ ବର୍ଷାରେ ଚାଷୀ କ୍ଷତିଗ୍ରସ୍ତ । କ୍ଷତିପୂରଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ। ମୟୂରଭଞ୍ଜ ଜିଲ୍ଲା ତିରିଂ ତହସିଲଦାର ଏବଂ ବିଡିଓଙ୍କ ଜରିଆରେ ସିପିଆଇ ପକ୍ଷରୁ କ୍ଷତିଗ୍ରସ୍ତ ଚାଷିଙ୍କୁ କ୍ଷତିପୂରଣ ଦାବିରେ ଦାବିପତ୍ର ପ୍ରଦାନ କରାଯାଇଛି। ରାଇରଙ୍ଗପୁର ଉପଖଣ୍ଡରେ ବାତ୍ୟା ପ୍ରଭାବ ତଥା ବାରମ୍ବାର ଅଦିନିଆ ବର୍ଷା ପ୍ରଭାବରେ ଚଳିତ ବର୍ଷ ଅଞ୍ଚଳର ଚାଷିଙ୍କ ମେରୁଦଣ୍ଡ ଭାଙ୍ଗି ପଡିଛି । ଏନେଇ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯିବାକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାରର ସର୍ବେକ୍ଷଣ କରାଯାଇ ନଥିବାରୁ ଚାଷୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।

ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀ : କ୍ଷତିପୂରଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ସିପିଆଇର ଜିଲ୍ଲା ସହ ସମ୍ପାଦକ ତଥା ତିରିଂ ଜୋନ୍ ସଭାପତି କମ୍ବ୍ରେଡ୍ ତ୍ରୀନାଥ ପାତ୍ରଙ୍କ ନେତୃତ୍ବରେ କୃଷକ, ମହିଳା ତଥା ଯୁବ ସଂଗଠନର ସମର୍ଥନରେ ସ୍ଥାନୀୟ ଚାଷୀ ଏବଂ ଦଳୀୟ କାର୍ଯ୍ୟକର୍ତ୍ତା ଗଜା ଧାନ ଏବଂ ପଚାସଢା ଧାନ କେଣ୍ଡା ଧରି ବିକ୍ଷୋବ ପ୍ରଦର୍ଶନ କରିଥିଲେ । ଏହାସହ ତିରିଂ ବିଡିଓ ସୁମିତ୍ରା ପ୍ରଧାନ ଏବଂ ତହସିଲଦାର ଚାରୁଲତା ସିଂଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ତଥା ମାନବାଧିକାର କମିଶନରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.