ETV Bharat / state

ପୋଲିସ ଉପରେ ଗୋ ମାଫିଆଙ୍କ ଆକ୍ରମଣ, 2 କର୍ମଚାରୀ ଗୁରୁତର - ଗୋ ମାଫିଆଙ୍କ ଆକ୍ରମଣ

ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ପୋଲିସ କର୍ମଚାରୀଙ୍କ ଉପରେ ଗୋ ମାଫିଆଙ୍କ ଆକ୍ରମଣ । ଏହି ଘଟଣାରେ 7 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

attacked on police
ପୋଲିସ ଉପରେ ଆକ୍ରମଣ
author img

By

Published : Jan 3, 2023, 1:13 PM IST

ରାଇରଙ୍ଗପୁର: ପୋଲିସ କର୍ମଚାରୀଙ୍କ ଉପରେ ଗୋ ମାଫିଆଙ୍କ ଆକ୍ରମଣ । ଏଥିରେ ଦୁଇ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ବାହାମପାହାଡ ଥାନା ଅନ୍ତର୍ଗତ ଡୋଭା ଗ୍ରାମରେ ପୋଲିସ ପାଟ୍ରୋଲିଂ ବେଳେ କିଛି ମାଫିଆ ଏହି ଉନ୍ମତ୍ତ କାଣ୍ଡ ଘଟାଇଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ: Archana Nag case: ତୃତୀୟ ଥର ଇଡିରେ ହାଜର ହେଲେ ପ୍ରମୋଦ ସ୍ବାଇଁ

ସୂଚନା ଅନୁଯାୟୀ, ଗୋ ଚାଲାଣ ହେଉଥିବା ଖବର ପାଇ ସୋମବାର ରାତିରେ ବାହାମପାହାଡ ଥାନା ପୋଲିସର ଏକ ପାଞ୍ଚ ଜଣିଆ ଟିମ ଡୋଭା ଗ୍ରାମରେ ପହଞ୍ଚିଥିଲେ । ପୂର୍ବରୁ ଦୁଇଟି ଗାଡ଼ିରେ ଜଗି ରହିଥିବା ଗୋ ମାଫିଆ ପୋଲିସ ଟିମ୍‌ ଉପରେ ଅତର୍କିତ ଭାବେ ଠେଙ୍ଗା ବାଡ଼ି ସାହାଯ୍ୟରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପୋଲିସ ଗାଡିର ଚାଳକ ସୁବ୍ରତ କୁମାର ମହାନ୍ତ ଓ କନଷ୍ଟେବଳ ଘାସିରାମ ମହାନ୍ତ ଗୁରୁତର ଭାବେ ଆହତ ହୋଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ପୋଲିସ ସହକର୍ମୀ ଆମ୍ବୁଲାନ୍ସ ଡକାଇ ଗୁରୁତରଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଟ୍ରେନ ବଗିରେ ମଳ ବୋଳିବା ସହ ଅଶ୍ଳୀଳ ଶବ୍ଦ ଲେଖୁଥିଲେ ବ୍ୟକ୍ତି, କାବୁ କଲା RPF

ଆଜି ସକାଳୁ ଉଭୟ ପୋଲିସ କର୍ମଚାରୀଙ୍କୁ ବାରିପଦା ପିଆରଏମ ସ୍ଥାନାନ୍ତର କରାଯାଇଛି । ସେପଟେ ଗତକାଲି ରାତିରେ ଖବର ପାଇ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁଙ୍କ ତତ୍ତ୍ଵାବଧାନରେ ଏକ ଟିମ ବିଭିନ୍ନ ଅଞ୍ଚଳରେ ଆକ୍ରମଣକାରୀଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଥିଲା । 7 ଜଣ ଆକ୍ରମଣକାରୀଙ୍କୁ ଝାଡ଼ଖଣ୍ଡ କୁଳିପୋଷି ଗ୍ରାମରୁ ଧରିବାରେ ପୋଲିସ ସଫଳ ହୋଇଛି । ତେବେ ଏହି ଗୋ ଚାଲାଣ ଓ ପୋଲିସକୁ ଆକ୍ରମଣ ଘଟଣାରେ ଆଉ କିଏ ସଂପୃକ୍ତ ଥିଲେ ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.