ETV Bharat / state

କୋରୋନା କାୟା: ମୟୂରଭଞ୍ଜରେ ୨୪୧୪ରେ ପହଞ୍ଚିଲା ପଜିଟିଭ ମାମଲା

ମୟୂରଭଞ୍ଜ ଜିଲ୍ଲାରେ ପୁଣି ୧୩୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୧୪ ରେ ପହଞ୍ଚିଛି । ସେଥିମଧ୍ୟରୁ ୧୨୩୭ ଜଣ ସୁସ୍ଥ ହୋଇଥିବା ବେଳେ ୧୧୭୧ଟି ସକ୍ରିୟ ମାମଲା ରହିଛି । ଅଧିକ ପଢନ୍ତୁ...

author img

By

Published : Aug 25, 2020, 8:27 PM IST

କୋରୋନା କାୟା; ମୟୂରଭଞ୍ଜରେ ୨୪୧୪ରେ ପହଞ୍ଚିଲା ପଜିଟିଭ ମାମଲା

ବାରିପଦା: ମୟୂରଭଞ୍ଜ ଜିଲ୍ଲାରୁ ଆଜି ପୁଣି ୧୩୭ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଯାହାଫଳରେ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୧୪ରେ ପହଞ୍ଚିଛି । ମୟୂରଭଞ୍ଜ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଆଜି ଚିହ୍ନଟ ୧୩୭ ଜଣଙ୍କ ମଧ୍ୟରୁ ୬ଜଣ ହୋମ କ୍ୟାରେଣ୍ଟାଇନ ଓ ୧୩୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣାପଡିଛି।

ଆଜି ହୋମ କ୍ୟାରେଣ୍ଟାଇନରୁ ଚିହ୍ନଟ ୬ ଜଣଙ୍କ ମଧ୍ୟରୁ କର୍ଣ୍ଣାଟକରୁ ଜଣେ, ତାମିଲନାଡୁରୁ ଜଣେ ଏବଂ ପଶ୍ଚିମବଙ୍ଗରୁ ଚାରିଜଣ ଫେରିଥିବା ଜଣାପଡ଼ିଛି । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ୧୩୧ ଜଣଙ୍କ ମଧ୍ୟରୁ କୁସୁମୀ, ବିଶୋଇ, କୁଳିଅଣା, ମରୋଡା, ସରସକଣା, ଶୁଳିଆପଦା ବ୍ଲକରୁ ଜଣେ ଲେଖାଏଁ, ରରୁଆଁ ବ୍ଲକରୁ ଦୁଇଜଣ, ଶ୍ୟାମଖୁଣ୍ଟା ବ୍ଲକ ଓ ଉଦଳା ଏନଏସିରୁ ତିନି ଜଣ ଲେଖାଏଁ, ବାଙ୍ଗିରିପୋଷି ଓ ରାସଗୋବିନ୍ଦପୁର ବ୍ଲକରୁ ଚାରିଜଣ ଲେଖାଏଁ, ବାରିପଦା, ଖୁଣ୍ଟା ଓ ଜମଦା ବ୍ଲକରୁ ପାଞ୍ଚ ଜଣ ଲେଖାଏଁ, ବିଜାତଳା, ଜି ବି ନଗର ଓ ତିରିଂ ବ୍ଲକରୁ ଛଅ ଜଣ ଲେଖାଏଁ, ବଦଲଦା, ବାରିପଦା ସହରରୁ ସାତ ଜଣ, ବେତନଟୀ ବ୍ଲକରୁ ଆଠ ଜଣ, କରଞ୍ଜିଆ ଓ କପ୍ତିପଦା ବ୍ଲକରୁ ନଅ, ଯଶୀପୁରରୁ ଦଶ ଜଣ, ଉଦଳା ବ୍ଲକରୁ ବାର ଜଣ ଲେଖାଏଁ, ବଡ଼ସାହି ବ୍ଲକରୁ ୨୨ ଜଣ ଏବଂ ଅନ୍ୟ ଚାରି ଜଣ ବାହାର ରାଜ୍ୟର କିନ୍ତୁ ମୟୂରଭଞ୍ଜ ଜିଲ୍ଲାରେ ରହୁଥିବା ଜଣାପଡ଼ିଛି।

ସେପଟେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି ଜିଲ୍ଲା ପ୍ରଶାସନ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.