ETV Bharat / state

ବାଲେଶ୍ୱରରେ 27ରୁ ଧାନ କିଣା, ମନ୍ତ୍ରୀ କହିଲେ ହଇରାଣ ହେବେନି ଚାଷୀ - PADDY PROCUREMENT

ବାଲେଶ୍ୱର ଜିଲ୍ଲାରେ ଆସନ୍ତା 27 ଠାରୁ ଚାଷୀଙ୍କ ଠାରୁ ଧାନକିଣା ଆରମ୍ଭ ହେବ । ଏନେଇ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବାଲେଶ୍ୱର ଗସ୍ତରେ ଆସି ସୂଚନା ଦେଇଛନ୍ତି ।

ଧାନ କିଣା
ଧାନ କିଣା (ETV Bharat Odisha)
author img

By ETV Bharat Odisha Team

Published : 4 hours ago

ବାଲେଶ୍ବର: ଜିଲ୍ଲାରେ ଆସନ୍ତା 27ରୁ ଚାଷୀଙ୍କ ଠାରୁ ଧାନକିଣା ଆରମ୍ଭ ହେବ । ଏନେଇ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବାଲେଶ୍ୱର ଗସ୍ତରେ ଆସି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ପରେ ଏହି ସୂଚନା ଦେଇଛନ୍ତି । ଆଜି(ସୋମବାର) ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ସ୍ଥାନୀୟ ବିଧାୟକ ଏବଂ ଯୋଗାଣ ଅଧିକାରୀଙ୍କ ସହ ଚାଷୀଙ୍କ ଧାନ କିଣାରେ ଯେମିତି ବ୍ୟତିକ୍ରମ ନ ହୁଏ ସେନେଇ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି । ଏହାସହ ବାହାର ରାଜ୍ୟକୁ ଚାଷୀଙ୍କ ଧାନ କମ ଦରରେ ଯେମିତି ନ ଯାଏ ସେନେଇ ଧ୍ୟାନ ଦେବାକୁ କୁହାଯାଇଛି ।

27ରୁ ଧାନ କିଣା:

ତେବେ ମଣ୍ଡି ଖୋଲାଯିବାକୁ ନେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ‘ଆଗାମୀ 27 ତାରିଖ ଠାରୁ ବାଲେଶ୍ୱର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ। ସେଥିପାଇଁ ଜିଲ୍ଲା ପ୍ରଶାସନ କେତେ ପ୍ରସ୍ତୁତ ଅଛି ତା ବିଷୟରେ ଆମେ ଆଲୋଚନା କରିଥିଲୁ । ମଣ୍ଡିରେ ବସିବା ବ୍ୟବସ୍ଥା, ପିଇବା ପାଣିର ବ୍ୟବସ୍ଥା, ସବୁ ଜାଗାରେ ସେଡ ହୋଇଛି ନା ନାହିଁ, ସବୁ ନୋଡାଲ ଅଫିସର ନିୟୋଜିତ ହୋଇଛନ୍ତି ନା ନାହିଁ, ଏ ସବୁ ବିଷୟରେ ଆଲୋଚନା ହେଲା । ସବୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି, ଭଲ ଭାବରେ ପ୍ରସ୍ତୁତି ହୋଇଛି ।’

ଧାନ କିଣା (ETV Bharat Odisha)

ବାହାର ଧାନ ଗାଡି ଓଡ଼ିଶାକୁ ପ୍ରବେଶ ନକରିବାକୁ ହୋଇଛି ବ୍ୟବସ୍ଥା:

ମନ୍ତ୍ରୀ ଆହୁରି କହିଛନ୍ତି, ‘ଚାଷୀଙ୍କର ଧାନ କିଣାଯିବ, କୌଣସି ଚାଷୀଙ୍କୁ ହଇରାଣ କରାଯିବ ନାହିଁ । FAQ ମାନର ଧାନ ସବୁ ଆଣିବେ ବୋଲି ଆମେ ନିବେଦନ କରିଛୁ ଏବଂ କ୍ୱିଣ୍ଟାଲ ପିଛା 3100 ଟଙ୍କା ଲେଖାଏଁ ଚାଷୀଙ୍କୁ ପ୍ରଦାନ କରାଯିବ । ଭାଗଚାଷୀ ମାନେ ଯେଉଁ ଜମିରେ ଚାଷ କରିଥିବେ ସେ ଅନୁଯାୟୀ ସେମାନେ ପଞ୍ଜିକରଣ କରିଥିବେ ପଟ୍ଟାକୁ ନେଇକି, ସେମାନଙ୍କୁ ମଧ୍ୟ ଆକାଉଣ୍ଟ ମାଧ୍ୟମରେ ପଇସା ଦିଆଯିବ । ବାହାର ବେପାରୀ ମାନଙ୍କ ପାଇଁ ଆମେ ସୀମାନ୍ତରେ ଏବଂ ପାଟ୍ରୋଲିଂ ଗାଡ଼ିସବୁ ଅଛି, ସିସିଟିଭି କ୍ୟାମେରା ଲାଗିଛି, ବାହାର ଧାନ ଯେମିତି ଆମର ଓଡିଶାକୁ ପ୍ରବେଶ କରିବନି ତାର ବ୍ୟବସ୍ଥା ମଧ୍ୟ କରାଯାଇଛି । ପୋଲିସ ଏଥିପାଇଁ ସଜାଗ ଅଛନ୍ତି ।’

କଟନୀ ଛଟନୀ ବନ୍ଦ:

ମନ୍ତ୍ରୀ ଆହୁରି କହିଛନ୍ତି, ‘ଅଦିନିଆ ବର୍ଷାରେ କ୍ଷୟକ୍ଷତି ହୋଇଥିବା ଚାଷୀମାନଙ୍କ ପାଇଁ ଆମ ବିଧାୟକ ମାନେ ଉଦବେଗ ପ୍ରକାଶ କରିଛନ୍ତି । ସରକାର ମଧ୍ୟ ଚିନ୍ତିତ ଅଛନ୍ତି । ଯଦି ସେହିଭଳି ଅସୁବିଧା ଆସେ ସେତେବେଳେ ଆମେ ବିଚାର କରିବୁ । କଟନୀ ଛଟନୀକୁ ବନ୍ଦ କରଯାଇଛି।"

ଅନ୍ୟପଟେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି, ‘ପ୍ରତି ମଣ୍ଡିକୁ ପାଖାପାଖି ପାଞ୍ଚ ଲକ୍ଷ ଟଙ୍କା ଆସିଛି ଚାଷୀ ମାନଙ୍କ ସୁବିଧା ସୁଯୋଗ ପାଇଁ। ଏଥର 18 ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯିବ, 150ଟି ମଣ୍ଡି ରହିଛି, ପାଞ୍ଚ କୋଟି 68 ଲକ୍ଷ ଟଙ୍କା ସେମାନେ ପାଉଛନ୍ତି । ଚାଷୀମାନଙ୍କ ସୁବିଧା ସୁଯୋଗ ସେମାନେ ଦେଖିବେ । ଯେଉଁ ଧାନ ଆସିବ ତାକୁ ଲୋଡ଼, ଅନଲୋଡ଼ କରିବା ପାଇଁ ମଧ୍ୟ କ୍ୱିଣ୍ଟାଲ ପିଛା ପଇସା ପାଉଛନ୍ତି । ଏଇଟା ଚାଷୀମାନେ ଜାଣି ନାହାନ୍ତି, ଯେଉଁଥିପାଇଁ ବହୁତ ସମୟରେ ସେମାନେ ନିଜେ ପଇସା ଖର୍ଚ୍ଚ କରିଦିଅନ୍ତି । ବୁରା ବିଷୟରେ ଆଲୋଚନା ହୋଇଛି, ସମ୍ପୂର୍ଣ୍ଣ ଧାନ କେମିତି କିଣାଯିବ ସେନେଇ ମଧ୍ୟ ଆଲୋଚନା ହୋଇଛି ।’

ଏହା ମଧ୍ୟ ପଢନ୍ତୁ:

ମଣ୍ଡିରେ ପଡ଼ି ରହିଛି ଧାନ, ଚାଷୀଙ୍କୁ ଘାରିଛି ବର୍ଷା ଭୟ

ଝାରସୁଗୁଡ଼ାରେ ଆରମ୍ଭ ହେଲା ଧାନ କିଣା ପ୍ରକ୍ରିୟା, ଅସନ୍ତୁଷ୍ଟ ଚାଷୀ

ଧାନ ମଣ୍ଡିରେ ଅବ୍ୟବସ୍ଥା ଅଭିଯୋଗ, ବିଜେପି ଉପରେ ବର୍ଷିଲେ କଂଗ୍ରେସ ବିଧାୟକ

ବିଧାୟକ ଆହୁରି କହିଛନ୍ତି, ‘ଯେଉଁଦିନ ଯିଏ ଧାନ ଆଣିବ ସେଦିନ କେମିତି ତା ଧାନ କିଣାଯିବ ସେଥିପାଇଁ ପ୍ରସ୍ତୁତି କରିବା ସହ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନୋଡାଲ ଅଫିସର, ସୁପର ଭାଇଜର ମାନଙ୍କୁ ଦାୟିତ୍ୱ ଦିଆଯାଇଛି । 27 ତାରିଖରୁ ଧାନ କିଣା ଆରମ୍ଭ ହେବ, ଯେଉଁଠି କିଛି ଅଭିଯୋଗ ଆସିବ ସେନେଇ ଏକ ମନିଟରିଂ ଟିମ ଗଠନ ହୋଇଛି ସେଥିପ୍ରତି ଧ୍ୟାନ ଦିଆଯିବ । ଯେମିତି ସମସ୍ତ ଚାଷୀ ସବୁ ଧାନ ବିକି ପାରିବେ ଏବଂ 3100 ଟଙ୍କାରେ ବିକିବେ ସେନେଇ ଆଲୋଚନା ହୋଇଛି ।’

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.