ETV Bharat / state

ମୟୂରଭଞ୍ଜରେ କୋଭିଡ ମ୍ୟାନେଜମେଣ୍ଟ ସମୀକ୍ଷା

author img

By

Published : Apr 28, 2021, 8:21 PM IST

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ କୋଭିଡ ମ୍ୟାନେଜମେଣ୍ଟ ସମୀକ୍ଷା ବୈଠକ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ମୟୁରଭଞ୍ଜରେ କୋଭିଡ ମ୍ୟାନେଜମେଣ୍ଟ ସମୀକ୍ଷା
ମୟୁରଭଞ୍ଜରେ କୋଭିଡ ମ୍ୟାନେଜମେଣ୍ଟ ସମୀକ୍ଷା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଆଜି ମାନ୍ୟବର କେନ୍ଦ୍ରମନ୍ତ୍ରୀ ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟଜୀବୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ କୋଭିଡ ମ୍ୟାନେଜମେଣ୍ଟ ଉପରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ମୟୁରଭଞ୍ଜରେ କୋଭିଡ ମ୍ୟାନେଜମେଣ୍ଟ ସମୀକ୍ଷା

ଜିଲ୍ଲାରେ କୋଭିଡ ସ୍ଥିତିକୁ ଲକ୍ଷ୍ୟ କରି ଏହି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବାରିପଦା ବିଧାୟକ ପ୍ରକାଶ ସରେନ, ଜିଲ୍ଲାପାଳ ଭିନିତ ଭରଦ୍ୱାଜ, ଏସପି ଓ ଜିଲ୍ଲାର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଜିଲ୍ଲାରେ ପ୍ରର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ମହଜୁଦ ଅଛି ନା ନାହିଁ, କୋଭିଡ ହସ୍ପିଟାଲର ପରିଚାଳନା ଠିକ ଭାବେ ଚାଲିଛି ନା ନାହିଁ ସେ ସବୁ ବିଷୟରେ କେନ୍ଦ୍ରମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.