ବାରିପଦା: ମୟୂରଭଞ୍ଜ ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ମେଳା ଦେଖାଇ ନେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଘଟଣାର ରାୟ ଶୁଣାଇଛନ୍ତି କୋର୍ଟ । ଦୀର୍ଘ ୫ ବର୍ଷ ପରେ ପୀଡିତାଙ୍କୁ ମିଳିଲା ନ୍ୟାୟ । ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ ଜେଲଦଣ୍ଡା ଦେଶ ଶୁଣାଇଲେ ବାରିପଦା ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ । ଦୁଷ୍କର୍ମକାରୀକୁ ସାହାଯ୍ୟ କରିଥିବା ଅନ୍ୟ ଜଣେ ଅଭିଯୁକ୍ତ ଯୁବକକୁ ମଧ୍ୟ ୨୦ ବର୍ଷର ଦଣ୍ଡ ଶୁଣାଇଛନ୍ତି ଏଡିଜେ-୧ । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବାରିପଦା ସଦର ଥାନା ଅନ୍ତର୍ଗତ ମେଘମାରି ଅଞ୍ଚଳର କୁସୁ ମୁର୍ମୁ । ଏହି କାଣ୍ଡରେ ତାକୁ ସାହାଯ୍ୟ କରିଥିବା ଯୁବକ ହେଉଛି ସେହି ଥାନାର ଚନ୍ଦନପୁର ଅଞ୍ଚଳର ମଣ୍ଡଳ ମାରାଣ୍ଡି ।
କଣ ଥିଲା ପୁରା ଘଟଣା ?
ଗତ ୨୦୧୬ ମାର୍ଚ୍ଚ ୧୧ ତାରିଖ ସନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଅଭିଯୁକ୍ତ କୁସୁ ୨୦ ବର୍ଷିୟା ଯୁବତୀଙ୍କୁ ଜାଗର ମେଳା ଦେଖାଇବାକୁ ଡାକିଥିଲା । ପୀଡ଼ିତା ଅଭିଯୁକ୍ତ ନିକଟକୁ ଆସିବା ପରେ ଯୁବକ ଜଣଙ୍କ ସନ୍ଧ୍ୟାରେ ଜଙ୍ଗଲରେ ଦୁଷ୍କର୍ମ କରିଥିଲା । ଏହା ପରେ ଅଭିଯୁକ୍ତ ଜଣଙ୍କ ତାର ସାଙ୍ଗକୁ ଡାକି ପୀଡିତାଙ୍କୁ ତାଙ୍କ ଘର ପାଖ ଜଙ୍ଗଲରେ ଛାଡ଼ି ଦେଇ ଚାଲିଯାଇଥିଲେ । ସ୍ଥାନୀୟ ଲୋକେ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ ।
ଏନେଇ ଜଗଦୀଶ ବାସ୍କେଙ୍କ ଅଭିଯୋଗ କ୍ରମେ ରାସଗୋବିନ୍ଦପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଦଫା ୩୭୬(ଡିି) ଆଧାରରେ ଜଜ୍ ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ଏଥି ସହିତ ଉଭୟଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅତିରିକ୍ତ ୪ମାସ ଜେଲ୍ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ