ETV Bharat / state

ମୟୂରଭଞ୍ଜରେ ନିୟନ୍ତ୍ରଣକୁ ଆସିଲା କୋରୋନା

ମୟୂରଭଞ୍ଜବାସୀଙ୍କ ପାଇଁ ଆଶ୍ବସ୍ଥି । ଜିଲ୍ଲାରେ ହ୍ରାସ ପାଉଛି କୋରୋନା ସଂକ୍ରମଣ ଏବଂ ମୃତକଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

author img

By

Published : Jan 6, 2021, 9:26 PM IST

ମୟୁରଭଞ୍ଜରେ ନିୟନ୍ତ୍ରଣକୁ ଆସିଲା କୋରୋନା
ମୟୁରଭଞ୍ଜରେ ନିୟନ୍ତ୍ରଣକୁ ଆସିଲା କୋରୋନା

ବାରିପଦା: କୋରୋନାରୁ ମୟୂରଭଞ୍ଜବାସୀଙ୍କୁ ଆଶ୍ବସ୍ଥି ମିଳିଛି । ପୂର୍ବାପେକ୍ଷା ଜିଲ୍ଲାରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ହ୍ରାସ ପାଉଛି । ଜିଲ୍ଲାରେ ଗତ ଡିସେମ୍ବର ମାସରେ ମୋଟ ୯୯୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୯୭୨ଜଣ ସୁସ୍ଥ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ମୟୁରଭଞ୍ଜରେ ନିୟନ୍ତ୍ରଣକୁ ଆସିଲା କୋରୋନା

ଗତ ମାସରେ ଜିଲ୍ଲାରେ ୧୦ ଜଣ କୋରୋନା ଜନିତ କାରଣରୁ ପ୍ରାଣ ହରାଇଛନ୍ତି । ସେହିପରି ଗୋଟିଏ ଦିନରେ ସର୍ବାଧିକ ୩୬ ଓ ସର୍ବନିମ୍ନ ୧୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ନୂଆବର୍ଷର ପ୍ରଥମ ଦିନରୁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ତଳେ ରହିଛି । ଆଜି(ବୁଧବାର) ମୟୂରଭଞ୍ଜରୁ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୩ ହଜାର ୯୬୨ ରେ ପହଞ୍ଚିଛି । ଏଥିରୁ ୧୩ ହଜାର ୭୯୮ ସୁସ୍ଥ ହୋଇଛନ୍ତି । ତେବେ ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ଜିଲ୍ଲାରେ ବର୍ତ୍ତମାନ ୭୨ଟି ସକ୍ରିୟ ମାମଲା ରହିଛି । ସେହିପରି କୋରୋନା କବଳରେ ୮୯ ଜଣଙ୍କର ପ୍ରାଣହାନୀ ଘଟିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.