ETV Bharat / state

ମୟୂରଭଞ୍ଜରେ ଭୟଙ୍କର ହେଉଛି କୋରୋନା, ପୁଣି 156 ଆକ୍ରାନ୍ତ

ମୟୂରଭଞ୍ଜ ଜିଲ୍ଲାରେ ଧିରେ ଧିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ପୁଣି 156ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 8336ରେ ପହଞ୍ଚିଛି । ଅଧିକ ପଢନ୍ତୁ..

author img

By

Published : Oct 2, 2020, 8:48 PM IST

ମୟୁରଭଞ୍ଜରେ ଭୟଙ୍କର ହେଉଛି କୋରୋନା, ପୁଣି 156 ଆକ୍ରାନ୍ତ

ବାରିପଦା: ଜିଲ୍ଲାରେ କୋରୋନା ମହାମାରୀ ଭୟଙ୍କର ରୂପ ନେଉଛି । ପ୍ରତିଦିନ ଜିଲ୍ଲାରେ ଶତାଧିକ କୋରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଶୁକ୍ରବାର ପୁଣି 156ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 8336ରେ ପହଞ୍ଚିଛି ।

ତେବେ ଜିଲ୍ଲାରୁ ମୋଟ୍ 6969ଜଣ ସୁସ୍ଥ ହୋଇଥିବା ବେଳେ 1341ଜଣ କୋରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି। ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ମୟୁରଭଞ୍ଜ ଜିଲ୍ଲା ଷଷ୍ଠ ସ୍ଥାନରେ ରହିଥିବା ବେଳେ ସରକାରୀ ରିପୋର୍ଟ ଅନୁଯାୟୀ କୋରୋନାରେ ଜିଲ୍ଲାରୁ ମୋଟ୍ 26 ଜଣଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହିଛି।

ଶୁକ୍ରବାର ଚିହ୍ନଟ 156 କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ କିଛି ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଥିବା ବେଳେ ଆଉ କିଛି ଆକ୍ରାନ୍ତ ବାରିପଦା ବାଙ୍କୀଷୋଳ କୋଭିଡ୍ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.