ETV Bharat / state

କୋରୋନା ସଂକ୍ରମଣ ରୋକିବା ଲକ୍ଷ୍ୟ: ପୋଲିସ ସମିତି ପକ୍ଷରୁ ସଚେତନତା ରଥ ପରିକ୍ରମା

author img

By

Published : Aug 12, 2020, 2:04 PM IST

ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଇରଙ୍ଗପୁର ଉପଖଣ୍ଡରେ ପୋଲିସର ଅଭିନବ ପ୍ରୟାସ । ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଗେଇ ଆସିଛି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ। ଅଧିକ ପଢନ୍ତୁ...

କୋରୋନା ସଂକ୍ରମଣ ରୋକିବା ଲକ୍ଷ୍ୟ: ପୋଲିସ ସମିତି ପକ୍ଷରୁ ସଚେତନତା ରଥ ପରିକ୍ରମା
କୋରୋନା ସଂକ୍ରମଣ ରୋକିବା ଲକ୍ଷ୍ୟ: ପୋଲିସ ସମିତି ପକ୍ଷରୁ ସଚେତନତା ରଥ ପରିକ୍ରମା

ରାଇରଙ୍ଗପୁର: ସମଗ୍ର ଦେଶ ମହାମାରୀ କୋରୋନା ଯୋଗୁଁ ଆତଙ୍କିତ ଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଗେଇ ଆସିଛି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ।

କୋରୋନା ସଂକ୍ରମଣକୁ ରୋକିବା ପାଇଁ ଗ୍ରାମାଞ୍ଚଳ ଥାନା ପୋଲିସ ସମିତି ପକ୍ଷରୁ ଏକ କୋରୋନା ସଚେତନତା ରଥ ବଡାମତଳିଆ ଅଞ୍ଚଳରେ ପରିକ୍ରମା କରାଯାଇଥିଲା। ଉପଖଣ୍ଡ ପୋଲିସ ଅଧିକାରୀ ସ୍ନେହାଶିଷ ସାହୁ ଓ ଗ୍ରାମାଞ୍ଚଳ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ପତାକା ଦେଖାଇ ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ ।

ଏହାପରେ ବଡାମତଳିଆ ଅଞ୍ଚଳରେ ରଥ ପରିକ୍ରମା କରାଯାଇ ବିଭିନ୍ନ ଛକରେ ସାଧାରଣ ଲୋକଙ୍କୁ ମାସ୍କ, ସାବୁନ, ଟାୱେଲ ବଣ୍ଟନ କରାଯାଇଥିଲା। ଅଞ୍ଚଳ ପରିକ୍ରମା କରିବା ସହ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ କୋରୋନା ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ତେବେ ପୋଲିସର ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.