ବାରିପଦା: ଘାତକ ସାଜିଛି କୋରୋନାର ଦ୍ବିତୀୟ ଲହର । ସମଗ୍ର ଦେଶ ସହ ରାଜ୍ୟରେ ବଢୁଛି ସଂକ୍ରମଣ। ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ପଶ୍ଚିମବଙ୍ଗ ସୀମାନ୍ତ ଶୁଳିଆପଦା ବ୍ଲକ ଗଙ୍ଗାଷୋଳ ଲୋଧା ସାହି ରେ ସଂକ୍ରମଣ ଏବେ କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ଆଦିମ ଜନଜାତି ଲୋଧା ସମ୍ପ୍ରଦାୟର ଲୋକଙ୍କୁ ମହାମାରୀ କୋରୋନାକୁ ନେଇ ସଚେତନ କରିଛି ଲୋଧା ଉନ୍ନୟନ ସଂସ୍ଥା ।
ପଶ୍ଚିମବଙ୍ଗ ସୀମାନ୍ତ ଗାଁରେ ଲୋଧା ଉନ୍ନୟନ ସଂସ୍ଥା, ଓ ପିଲିପି ସଂସ୍ଥା, ସ୍ଥାନୀୟ ଅଙ୍ଗନୱଡି କର୍ମୀଙ୍କ ସହ ଆଶକର୍ମୀ ଲୋଧା ସମ୍ପ୍ରଦାୟର ଲୋକଙ୍କୁ ମହାମାରୀ କୋରୋନାରୁ ବର୍ତ୍ତିବା ପାଇଁ ସଚେତନ କରିବା ସହ ଛୋଟ ଛୋଟ ଶିଶୁ ମାନଙ୍କୁ ମାସ୍କ, ସାନିଟାଇଜର ସହ ବିସ୍କୁଟ ବାଣ୍ଟିଛନ୍ତି । ବିଶେଷ କରି ପଶ୍ଚିମବଙ୍ଗ ସୀମାନ୍ତରେ ସଂକ୍ରମଣ ଭୟ ଅଧିକ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଅଙ୍ଗନବାଡ଼ିକର୍ମୀ ଓ ଲୋଧା ଉନ୍ନୟନ ସଂସ୍ଥାର ପ୍ରେଜେକ୍ଟ ମ୍ୟାନେଜର।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ