ETV Bharat / state

ଦରବୃଦ୍ଧି ପ୍ରତିବାଦରେ ଓଡିଶାର ବିଭିନ୍ନ ସ୍ଥାନରେ କଂଗ୍ରେସର ବିକ୍ଷୋଭ

congress protest in mayurbhanja
ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
author img

By

Published : Jul 7, 2021, 1:03 PM IST

Updated : Jul 7, 2021, 2:14 PM IST

14:06 July 07

ସୁବର୍ଣ୍ଣପୁରରେ କଂଗ୍ରେସର ପ୍ରତିବାଦ

ସୁବର୍ଣ୍ଣପୁରରେ କଂଗ୍ରେସର ପ୍ରତିବାଦ

ସୁବର୍ଣ୍ଣପୁର: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦିଆଯାଇଛି । ସଦର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ବରେ କଂଗ୍ରେସ କର୍ମିମାନେ ଧାରଣା ଦେଇ ଟିଣ ,ଥାଳି ,ମହୁରୀ ଆଦି ବଜାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । 

ବିଜେପି ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ପରେ ଡିଜେଲ ,ପେଟ୍ରୋଲ ଓ ଜାଳେଣୀ ଗ୍ୟାସର ମୂଲ୍ୟର ଅହେତୁକ ଦର ବୃଦ୍ଧିର ପ୍ରତିବାଦ କରିଛନ୍ତି । ତେଲ ଦର କମାଇବା ସହିତ ଚାଷୀମାନଙ୍କୁ କ୍ବିଣ୍ଟାଲ ପିଛା 2950 ଟଙ୍କା ଧାନର ମୂଲ୍ୟ ବର୍ଦ୍ଧିତ କରିବା ପାଇଁବି ଦାବି ହୋଇଛି । ଦାବି ପୂରଣ ନ ହେଲେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ପଟ୍ଟନାୟକ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

14:05 July 07

ଦର ବୃଦ୍ଧି ନେଇ କଂଗ୍ରେସର ହରତାଳ

ଦର ବୃଦ୍ଧି ନେଇ କଂଗ୍ରେସର ହରତାଳ

ଆନନ୍ଦପୁର: ତୈଳ ଏବଂ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଘସିପୁରା କଂଗ୍ରେସ ପକ୍ଷରୁ ଘସିପୁରା ବ୍ଲକ ସମ୍ମୁଖରେ ବିକ୍ଷୋଭ । ଜାତୀୟ କଂଗ୍ରେସର ଆହ୍ବାନ କ୍ରମେ ଆଜି ଘସିପୁରା ବ୍ଲକ କଂଗ୍ରେସ ସଭାପତି ସୁବ୍ରତ କୁମାର ଚକ୍ରଙ୍କ ନେତୃତ୍ବରେ ଘସିପୁରା କଂଗ୍ରେସ ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ଠାରୁ ଘସିପୁରା ବ୍ଲକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପରେ ବ୍ଲକ ସମ୍ମୁଖରେ କଂଗ୍ରେସ କର୍ମୀ ମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଟିକସ ପାଇଁ ତୈଲଦର ୧୦୨ ଟଙ୍କାରେ ପହଞ୍ଚିଛି । ଏହାର ପ୍ରଭାବ ସିଧାସଳଖ ଗରିବ ଲୋକଙ୍କ ଉପରେ ପ୍ରଭାବ ପଡିଛି । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ କମାନ୍ତୁ  । ନହେଲେ କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ବ୍ଲକ ସଭାପତି  କହିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରି, ଇଟିଭି ଭାରତ

14:04 July 07

ଦରଦାମ ବୃଦ୍ଧି ନେଇ ପ୍ରତିବାଦ

ଦରଦାମ ବୃଦ୍ଧି ନେଇ ପ୍ରତିବାଦ

ବାଲେଶ୍ବର: ସଦର କଂଗ୍ରେସ ପକ୍ଷରୁ ତୈଳଦର ବୃଦ୍ଧି ଓ ଅତ୍ୟାବଶକୀୟ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ମିଶନ ସ୍କୁଲ ପଡ଼ିଆରୁ କଂଗ୍ରେସର ଏକ ବିଶାଳ ରାଲିରେ ବାହାରି କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧୀ ସ୍ଲୋଗାନ ଦେଇ ସଦର ବ୍ଲକରେ ପହଞ୍ଚିଥିଲେ। ସରକାରଙ୍କ ନିଦ ଭାଙ୍ଗିବା ପାଇଁ ହାତରେ ଝାଞ୍ଜ ବଜାଇ ଆସିଥିବା ଦେଖିବାକୁ ମିଳିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

13:23 July 07

କଂଗ୍ରେସ ଘଣ୍ଟ ବଜାଇ କରୁଛି ବିକ୍ଷୋଭ ପ୍ରଦର୍ଶନ

କଂଗ୍ରେସର ଘଣ୍ଟ ବଜାଇ ବିକ୍ଷୋଭ ପ୍ରଦର୍ଶନ

ଜଗତସିଂହପୁର : ଜିଲ୍ଲା ବ୍ଲକ କଂଗ୍ରେସ ପକ୍ଷରୁ ଆଜି ଜଗତସିଂହପୁର ସଦର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟ ବଜାଇ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଦେଶରେ ବିଜେପି ସରକାର ଅହେତୁକ ତୈଳ ଦର ବୃଦ୍ଧି ଓ ଦର ଦାମ ନିଅନ୍ତ୍ରଣରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି ।  ତୈଳ ଦର ବୃଦ୍ଧି ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆକାଶ ଛୁଆଁ ହେଉଛି। ଯାହାକୁ ନେଇ ସାଧାରଣ ଲୋକଙ୍କ ଉପରେ ଗଭିର ପ୍ରଭାବ ପକାଉଛି।  

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

12:12 July 07

ପେଟ୍ରୋଲ ,ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ନେଇ କଂଗ୍ରେସର ପ୍ରତିବାଦ

ବାରିପଦା: ପେଟ୍ରୋଲ, ଡିଜେଲ, ଖାଇବା ତେଲ ସହ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ବୃଦ୍ଧି ପାଉଛି । ଏହାକୁ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଧରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ ସମ୍ମୁଖରେ ଧାରଣା ଦେବା ସହ ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି। ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ହେଉଥିବା ଅଭିଯୋଗ କରିଛି କଂଗ୍ରେସ। ମୋରଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ ସମ୍ମୁଖରେ ମାଦଳ ବଜାଇ ପ୍ରତିବାଦ କରିବା ସହ ତୈଲ ଦର ବୃଦ୍ଧି ପ୍ରତିବାଦରେ ଶଗଡ଼ ଗାଡ଼ି ଶୋଭାଯାତ୍ରା କରାଯାଇଛି। ଅନ୍ୟପକ୍ଷରେ ବ୍ଲକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଏକ ଧାରଣା ପୂର୍ବତନ ମୋରଡ଼ା କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଭାସ କର ମହାପାତ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Jul 7, 2021, 2:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.