ETV Bharat / state

ଜିଲ୍ଲାପାଳ ଏବେ ବିଜେଡି ଜିଲ୍ଲା ସଭାପତି, ଏସ୍‌ପି ଜିଲ୍ଲା ସଙ୍ଗଠନିକ ସମ୍ପାଦକ: କଂଗ୍ରେସ

author img

By ETV Bharat Odisha Team

Published : Sep 11, 2023, 10:13 PM IST

ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଥିବା 'ଆଦି ମାରାଥନ' କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସ୍‌ପି ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିବାକୁ ନେଇ ରାଜନୀତି ତେଜିଛି । ପୂର୍ବତନ ପିିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଜିଲ୍ଲାପାଳ ଏବେ ବିଜେଡି ଜିଲ୍ଲା ସଭାପତି ଓ ଏସ୍‌ପି ଜିଲ୍ଲା ସଂଗଠନ ସମ୍ପାଦକ ସାଜିଛନ୍ତି । ଅଧିକ ପଢ଼ନ୍ତୁ

ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ପ୍ରସାଦଙ୍କ କଟାକ୍ଷ

ଭୁବନେଶ୍ବର: ଗତକାଲି ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ 'ଆଦି ମାରାଥନ' ଅନୁଷ୍ଠିତ ହୋଇଥିଲା । ଉକ୍ତ ମାରାଥନରେ ଦୁଇ ମନ୍ତ୍ରୀଙ୍କ ସମେତ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ସ୍ବତନ୍ତ୍ର ଉନ୍ନୟନ ପରିଷଦର ରାଜ୍ୟ ଉପଦ୍ଦେଷ୍ଟା ପ୍ରଦୀପ କୁମାର ମାଝୀ ଯୋଗଦେଇଥିଲେ । ଉକ୍ତ ମାରାଥନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋଗୋ ଥିବା ଟି-ସାର୍ଟ ପିନ୍ଧିଥିଲେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ଯାହାକୁ ନେଇ ତେଜିଛି ରାଜନୀତି । ପ୍ରଶାସନିକ ଅଧିକାରୀ ନବୀନଙ୍କ ଲୋଗୋ ଥିବା ଟି-ସାର୍ଟ ପିନ୍ଧିବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବିରୋଧୀ । ସରକାରୀ ଅଧିକାରୀ ଦଳୀୟ ନେତା ସାଜିଛନ୍ତି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ପିିସିସି ସଭାପତି ପ୍ରସାଦ ହରିଚନ୍ଦନ ।

ଏହା ମଧ୍ୟ ପଢ଼ନ୍ତୁ...ନବୀନଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିଲେ ଜିଲ୍ଲାପାଳ-ଏସପି, ତେଜିଲା ବିବାଦ

ସେ କହିଛନ୍ତି, "5T ସରକାରରେ ଅଫିସର ସାଜିଛନ୍ତି ଦଳୀୟ କର୍ମୀ । ଏହି ଘଟଣାରୁ ସ୍ପଷ୍ଟ ଯେ, ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହେଇଗଲା । ଗଣତାନ୍ତ୍ରିକ ଓ ସାମ୍ବିଧାନିକ ବ୍ୟବସ୍ଥା ଭୁଶୁଡ଼ିଗଲା । ବିଜେଡିର ଏହା ବିକଳ ଚିତ୍ର । ସରକାରର ବିକଳ ଚିତ୍ର । ବିଜେଡି ନେତା ଓ କର୍ମୀ ସଂଗଠନରୁ ଅଲଗା ହୋଇଗଲେଣି । ନା ନେତାଙ୍କୁ ଏବେ ଦଳରେ ମର୍ଯ୍ୟାଦା ଦିଆଯାଉଛି ନା କର୍ମୀଙ୍କୁ ମିଳୁଛି ଗୁରୁତ୍ବ । ଜିଲ୍ଲାପାଳ ସାଜିଛନ୍ତି ବିଜେଡି ଜିଲ୍ଲା ସଭାପତି ଏବଂ ପୋଲିସ ଅଧିକାରୀ ସାଜିଛନ୍ତି ବିଜେଡି ଜିଲ୍ଲା ସାଙ୍ଗଠନିକ ସମ୍ପାଦକ । ବିଜେଡିର କର୍ମୀ ପାଲଟିଛନ୍ତି ସରକାରୀ କର୍ମଚାରୀ ଓ ନେତା ପାଲଟିଛନ୍ତି ସରକାରୀ ଅଧିକାରୀ । ବିଜେଡି ନେତା ଅଲଗା ହୋଇଗଲେଣି । ନେତାଙ୍କଠାରୁ ଦଳ ଅଲଗା, ସେମାନେ ଯାଇ ଖୁଣ୍ଟ ପୋତୁଛନ୍ତି । ସରକାରୀ କର୍ମଚାରୀ ଏବଂ ଅଧିକାରୀଙ୍କର ଆଚରଣବିଧି ଉଲ୍ଲଂଘନ କରାଗଲା । ଏହି କର୍ମଚାରୀ ଏବେ ସଚିବଙ୍କ ସଭାକୁ ଆସିବାକୁ ଲୋକଙ୍କୁ ଟଙ୍କା ବାଣ୍ଟୁଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟମନ୍ତ୍ରୀ ସାମ୍ବିଧାନିକ ପଦବୀରେ ଅଛନ୍ତି, ତାଙ୍କ ଫଟୋ ଥିବା ଟି ସାର୍ଟ ପିନ୍ଧିଲେ ଭୁଲ କେଉଁଠି: ପ୍ରଦୀପ ମାଝୀ

ପ୍ରକାଶଯୋଗ୍ୟ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ମୟୂରଭଞ୍ଜ ଜିଲ୍ଲା ପକ୍ଷରୁ ଗତକାଲି (ରବିବାର) ମୟୂରଭଞ୍ଜ ଜିଲ୍ଲାର ସଦରମହକୁମା ବାରିପଦା ଠାରେ 'ଆଦି ମାରାଥନ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲାର ଆଦିବାସୀଙ୍କ ବିକାଶ ଉଦ୍ଦେଶ୍ୟରେ ଆଦିବାସୀଙ୍କ ପାଇଁ 'ଆଦି ମାରାଥନ' କାର୍ଯ୍ୟକ୍ରମ କରାଯାଇଥିଲା । ବାରିପଦାସ୍ଥିତ ଛଉ ପଡିଆଠାରୁ ଦୌଡ଼ ଆରମ୍ଭ କରାଯାଇଥିବାବେଳେ ବାରିପଦା ସହର ଅତିକ୍ରମ କରି ପୁନର୍ବାର ଛଉ ପଡିଆ ପାଖକୁ ପାଖାପାଖି ୧୦ କିମି ମାରାଥନ ଦୌଡରେ ସାମିଲ ହୋଇ ପ୍ରତିଯୋଗୀମାନେ ପହଞ୍ଚିଥିଲେ । ମାରାଥନରେ ଅଂଶଗ୍ରହଣ କରିଥିବା ପୁରୁଷ ଓ ମହିଳା ବିଜେତାମାନଙ୍କ ପାଇଁ ବିଭିନ୍ନ ଅକର୍ଷଣୀୟ ପୁରସ୍କାର ରଖାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ହେଲେ ଏଠାରେ ସରକାରୀ କର୍ମଚାରୀ ହୋଇ ଜିଲ୍ଲାପାଳ ଏବଂ ଏସ୍‌ପି କିପରି ନବୀନ ପଟ୍ଟନାୟକଙ୍କ ଚିତ୍ର ଥିବା ଟି-ସାର୍ଟ ପିନ୍ଧିଲେ, ତାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.