ETV Bharat / state

Municipal Election: ରାଇରଙ୍ଗପୁରରେ ଜମୁଛି କଂଗ୍ରେସ ପ୍ରଚାର - ରାଇରଙ୍ଗପୁରରେ କଂଗ୍ରେସର ଜୋରଦାର ପ୍ରଚାର

ପାଖେଇ ଆସୁଛି ପୌର ନିର୍ବାଚନ । ଏନେଇ ରାଇରଙ୍ଗପୁର ପୌରପରିଷଦ ଅଧ୍ୟକ୍ଷ ପଦ ହାତେଇବାକୁ ବିଭିନ୍ନ ରାଜନୈତିକ ଦଳ ପ୍ରାଣପଣେ ନିଜର ଉଦ୍ୟମ ଜାରି ରଖିଛନ୍ତି । ଅଧିକ ପଢ଼ନ୍ତୁ

congress campaigning for municipal election in rairangpur
Municipal Election: ରାଇରଙ୍ଗପୁରରେ କଂଗ୍ରେସର ଜୋରଦାର ପ୍ରଚାର
author img

By

Published : Mar 18, 2022, 2:23 PM IST

ରାଇରଙ୍ଗପୁର: ପାଖେଇ ଆସୁଛି ପୌର ନିର୍ବାଚନ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ସହରାଞ୍ଚଳ । ରାଇରଙ୍ଗପୁର ପୌରପରିଷଦ ଅଧ୍ୟକ୍ଷ ପଦ ହାତେଇବାକୁ ବିଭିନ୍ନ ରାଜନୈତିକ ଦଳ ପ୍ରାଣପଣେ ନିଜର ଉଦ୍ୟମ ଜାରି ରଖିଛନ୍ତି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ଭଜହରି ମହାନ୍ତ ରାଇରଙ୍ଗପୁର ସହରର ୧୫ ଗୋଟି ୱାର୍ଡକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି ।

Municipal Election: ରାଇରଙ୍ଗପୁରରେ କଂଗ୍ରେସର ଜୋରଦାର ପ୍ରଚାର

ଦୀର୍ଘ ବର୍ଷ ଧରି ରାଜ୍ୟରେ ବିଜେଡ଼ି ଶାସନ ଓ ବିଗତ ୨୫ ବର୍ଷ ବିଜେପି ଦଖଲରେ ରାଇରଙ୍ଗପୁର ପୌରପରିଷଦ ରହିଥିଲା । ମାତ୍ର ଏଯାଏଁ କିଛି ଆଖି ଦୃଷ୍ଟିଆ ଉନ୍ନୟନମୂଳକ କାର୍ଯ୍ୟ ହୋଇପାରି ନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ମତବ୍ୟକ୍ତ କରିଛନ୍ତି। ତେବେ ଚଳିତ ପୌର ନିର୍ବାଚନରେ କଂଗ୍ରେସ ଦଳ ଉପରେ ଜନସାଧାରଣଙ୍କ ସମର୍ଥନ ରହିଛି ଏବଂ ପୌରପରିଷଦ ଅଧ୍ୟକ୍ଷ ପଦ କଂଗ୍ରେସ ହାତକୁ ଯିବ ବୋଲି ଭଜହରି ମହାନ୍ତ ଦୃଢ଼ତାର ସହ ପ୍ରକାଶ କରିଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.