ବାରିପଦା: କୋରୋନା କଟକଣାକୁ ଫୁ’ । କପ୍ତିପଦା ଥାନା ଅନ୍ତର୍ଗତ ତାଳପୋଖରୀ ଗାଁରେ କୁକୁଡା ଲଢେଇ ସହ ବସିଲା ସାପ୍ତାହିକ ହାଟ । ସେପଟେ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ଅଗଷ୍ଟ 31 ଯାଏଁ ହାଟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ କପ୍ତି ପଦା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳ ପହଞ୍ଚି ଚଢାଉ କରିଥିଲା ।
ପ୍ରଥମେ ସାପ୍ତାହିକ ହାଟକୁ ବନ୍ଦ କରିଥିଲା ପୋଲିସ । ଏଥିସହ ବେଆଇନ ଭାବେ ଚାଲିଥିବା କୁକୁଡା ଲଢେଇ ନିକଟରୁ 40 ଜଣଙ୍କ ବାଇକ ସମେତ 30 ଜଣକ ସାଇକେଲ ଜବତ କରିଛି କପ୍ତି ପଦା ପୋଲିସ । ସମସ୍ତ ସାଇକେଲ ଓ ବାଇକକୁ ପୋଲିସ ଥାନାରେ ରଖିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ