ETV Bharat / state

ମୟୂରଭଞ୍ଜରେ BSKY ହେଲଥ୍ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

author img

By

Published : Oct 22, 2021, 1:05 PM IST

Updated : Oct 22, 2021, 7:40 PM IST

ଆଜି ମୟୂରଭଞ୍ଜ ଜିଲ୍ଲାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ହେଲଥ୍ କାର୍ଡ ବଣ୍ଟନ ସହ ବିଭିନ୍ନ ପ୍ରକଳ୍ପର କଲେ ଲୋକାର୍ପଣ । ଅଧିକ ପଢନ୍ତୁ...

ଆଜି ମୟୂରଭଞ୍ଜରେ BSKY ହେଲଥ୍ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ବ୍ଲକ ଏବଂ ପଞ୍ଚାୟତରେ ୧୭ ଜଣ ମନ୍ତ୍ରୀ ଓ ୪୦ ଜଣ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାରେ ଉପସ୍ଥିତ ରହି ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିଛନ୍ତି । ଜିଲ୍ଲାର ୬ ଲକ୍ଷ ୧୨ହଜାର ୩୧୦ ପରିବାରକୁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରାଯିବ । ଏହି ଯୋଜନାରେ ୨୧ ଲକ୍ଷ ୩୮ ହଜାର ୯୪୧ ହିତାଧିକାରୀଙ୍କୁ ସାମିଲ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ଜିଲ୍ଲାର ଚାରି ଉପଖଣ୍ଡ- ବାରିପଦା, କପ୍ତିପଦା, ପାଞ୍ଚପିଢି, ବମାନଘାଟି ସମେତ ୨୬ଟି ବ୍ଲକ ପାଇଁ ୨ ହଜାର ୪୮୪ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଆଜି(ଶୁକ୍ରବାର)ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ହେଲଥ୍ କାର୍ଡ ବଣ୍ଟନ ଚାଲିବ । ଜିଲ୍ଲାରେ ୫ ଦିନ ପର୍ଯ୍ୟନ୍ତ ମନ୍ତ୍ରୀ, ବିଧାୟକମାନେ ହିତାଧିକାରୀମାନଙ୍କୁ ସିଧାସଳଖ କାର୍ଡ ବାଣ୍ଟିବେ ।

ମୟୂରଭଞ୍ଜରେ BSKY ହେଲଥ୍ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ମୟୂରଭଞ୍ଜରେ ହେଲଥ୍ କାର୍ଡ ବଣ୍ଟନ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ୧୧ଟାରେ ବାରିପଦା ଛଉ ପଡିଆରେ ପହଞ୍ଚିଥିଲେ । ଏହାପରେ ଶହୀଦ ସ୍ମୃତି ଭବନରେ ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଜନାରେ ହେଲଥ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Oct 22, 2021, 7:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.