ETV Bharat / state

ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ' - Mayurbhanj

ଆଜି(ବୁଧବାର) ଅପରାହ୍ଣରେ ଜିଲ୍ଲାର ବୈଶିଙ୍ଗା ଠାରୁ ନିଜ ରୋଡ ଶୋ' ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ବୈଶିଙ୍ଗା ଠାରୁ ମାଣତ୍ରୀ, ବଡସାହି, ଡୁକୁରା, ସାନକେରକୋ ହୋଇ ବାରିପଦାସ୍ଥିତ ବିର୍ସାମୁଣ୍ଡା ଛକରେ ପହଞ୍ଚିଥିଲା ରୋଡ ଶୋ' ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Apr 24, 2019, 11:11 PM IST

ବାରିପଦା: କେବଳ ଧର୍ମେନ୍ଦ୍ର ନୁହନ୍ତି, ଗୋଟିଏ ଦିନରେ ମୟୂରଭଞ୍ଜରେ ମଧ୍ୟ ରୋଡ ଶୋ' କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି(ବୁଧବାର) ଅପରାହ୍ଣରେ ଜିଲ୍ଲାର ବୈଶିଙ୍ଗାଠାରୁ ନିଜ ରୋଡ ଶୋ' ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ବୈଶିଙ୍ଗା ଠାରୁ ମାଣିତ୍ରୀ, ବଡସାହି, ଡୁକୁରା, ସାନକେରକୋ ହୋଇ ବାରିପଦାସ୍ଥିତ ବିର୍ସାମୁଣ୍ଡା ଛକରେ ପହଞ୍ଚିଥିଲା ରୋଡ ଶୋ' ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସେଠାରେ ତାଙ୍କୁ ଦଳୀୟ କର୍ମୀମାନେ ତାଙ୍କୁ ସ୍ବାଗତ କରିଥିଲେ । ସେଠାରୁ ରୋଡ ଶୋ'ରେ ବାରିପଦା ସହର ପରିକ୍ରମା କରିଛନ୍ତି ନବୀନ । ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଅବଗତ କରିବା ସହିତ କେନ୍ଦ୍ର ସରକାରର ଅପାରଗତା ସମ୍ପର୍କରେ ଜନସାଧାରଣଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡିକୁ ପୁଣିଥରେ ସରକାରକୁ ଆଣିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ସେ । ଆଜି ମୁଖ୍ୟମନ୍ତ୍ରୀ ବାରିପଦାରେ ରାତ୍ରି ଯାପନ କରି ଆସନ୍ତାକାଲି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହିତ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ରୋଡ ଶୋ' ଏବଂ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହ ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ଦେବାଶିଷ ମାରାଣ୍ଡି, ବାଙ୍ଗିରୀପୋଷି ବିଧାୟକ ପ୍ରାର୍ଥୀ ସୁଦାମ ମାରାଣ୍ଡି, ବାରିପଦା ବିଧାୟକ ପ୍ରାର୍ଥୀ ସରୋଜିନି ହେମ୍ବ୍ରମ ରୋଡ଼ ଶୋ'ରେ ସାମିଲ ହୋଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତୀ, ଇଟିଭି ଭାରତ

Intro:Body:

ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ 71. 61 ପ୍ରତିଶତ ମତଦାନ

ଭୁବନେଶ୍ବର: ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଆଉ ଏବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ମୋଟ 71. 61 ପ୍ରତିଶତ ମତଦାନ ହୋଇଛି । ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ 59.60 ପ୍ରତିଶତ ମତଦାନ ହୋଇଛି । 

ସେହିଭଳି ପୁରୀରେ 72.53 ପ୍ରତିଶତ, କଟକରେ 69.65 ପ୍ରତିଶତ, ଢେଙ୍କାନାଳ 74.98ପ୍ରତିଶତ, କେନ୍ଦୁଝର 78. 16 ପ୍ରତିଶତ, ସମ୍ବଲପୁରରେ 76.38 ପ୍ରତିଶତ ମତଦାନ ହୋଇଛି । ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ତରଫରୁ ଏହୂ ସୂଚନା ଦିଆଯାଇଛି । 2014ରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ 58.40 ପ୍ରତିଶତ ଭୋଟିଂ ହୋଇଥିଲା ।

ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ସ୍ଥାନରେ ଇଭିଏମ ତ୍ରୁଟି ପାଇଁ ମତଦାନ ବିଳମ୍ବ ହୋଇଥିଲା । ଅନ୍ୟପଟେ ଭୁବନେଶ୍ବରରେ କିଛି ସ୍ଥାନରେ ବିଳମ୍ବିତ ରାତି ଯାଏଁ ଭୋଟିଂ ଚାଲିଥିଲା ବୋଲି ସୂଚନା ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.