ETV Bharat / state

ମୟୂରଭଞ୍ଜ ପ୍ରିମିୟର ଲିଗ୍ ଉଦଯାପିତ, ବିଜାତଳା ଦଳ ବିଜୟୀ - ଏମପିଏଲ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ଷ୍ଟାଡିୟମରେ ଚାଲିଥିବା (ଏମପିଏଲ)ମୟୂରଭଞ୍ଜ ପ୍ରିମିୟର ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ଟୁର୍ଣ୍ଣାମେଣ୍ଟରେ ବିଜାତଳା ଦଳ ତିରିଂ ଦଳକୁ ହରାଇ ଟ୍ରଫି ହାତେଇଛି । ଅଧିକ ପଢନ୍ତୁ...

ମୟୂରଭଞ୍ଜ ପ୍ରିମିୟର ଲିଗ୍ ଉଦଯାପିତ
ମୟୂରଭଞ୍ଜ ପ୍ରିମିୟର ଲିଗ୍ ଉଦଯାପିତ
author img

By

Published : Mar 4, 2021, 7:17 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ଷ୍ଟାଡିୟମରେ ଚାଲିଥିବା (ଏମପିଏଲ)ମୟୂରଭଞ୍ଜ ପ୍ରିମିୟର ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ଟୁର୍ଣ୍ଣାମେଣ୍ଟରେ ବିଜାତଳା ଦଳ ତିରିଂ ଦଳକୁ ହରାଇ ଟ୍ରଫି ହାତେଇଛି ।

ମୟୂରଭଞ୍ଜ ପ୍ରିମିୟର ଲିଗ୍ ଉଦଯାପିତ

ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏହି ମ୍ୟାଚ ଆୟୋଜିତ ହୋଇଥିଲା । ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ଦଳକୁ 1ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । ରନର୍ସ ଅଫ ଦଳକୁ 50ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଜିଲ୍ଲାରେ ଯୁବ ପିଢିଙ୍କ ମଧ୍ୟରେ ଖେଳ ପ୍ରତି ଥିବା ଇଚ୍ଛାକୁ ଆହୁରୀ ପ୍ରୋତ୍ସାହିତ କରିବା ସହ ଲୁଚି ରହିଥିବା ବହୁ ଯୁବ ପ୍ରତିଭାଙ୍କୁ ଲିଗ ମାଧ୍ୟମରେ ଉପଯୁକ୍ତ ପ୍ଲାଟଫର୍ମ ଯୋଗାଇଦେବା ପାଇଁ ବିଜୁ ଯୁବ ଛାତ୍ର ଜନତା ପକ୍ଷରୁ ଏହି ପ୍ରୟାସ କରାଯାଇଛି ।

ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ସଂସ୍କୃତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାଏକ, ବିଧାୟକ ତଥା ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମମତା ମହାନ୍ତ ପ୍ରମୁଖ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏହା ସହିତ ଟୁର୍ଣ୍ଣାମେଣ୍ଟରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ଦଳ ଦ୍ବାରା ପରିବେଶଣ କରାଯାଇଥିବା ସଙ୍ଗୀତ ଦର୍ଶକଙ୍କ ମନମୋହି ଥିଲା । ଫୁଟବଲ ଖେଳ ସହିତ ହ୍ୟୁମାନ ସାଗରଙ୍କ ସଂଗୀତ କାର୍ଯ୍ୟକ୍ରମ ଦେଖିବାକୁ ଷ୍ଟାଡିୟମ ପରିସରରେ ପ୍ରବଳ ଜନସମାଗମ ହୋଇଥିବା ଦେଖିବାକୁ ମିଳିଥିଲା।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.