ETV Bharat / state

ଟ୍ୟାକ୍ସ ଫାଙ୍କୁ ଥିବା ଅଭିଯୋଗରେ ଦୋକାନ ଉପରେ ସିଟି ଓ ଜିଏସଟି ବିଭାଗର ଚଢ଼ାଉ

ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଟିକସ ଫାଙ୍କିଥିବା ଅଭିଯୋଗରେ ସିଟି ଓ ଜିଏସଟି ବିଭାଗର ଚଢ଼ାଉ । ଅଧିକ ପଢନ୍ତୁ

city and gst department raid
city and gst department raid
author img

By

Published : Mar 30, 2023, 11:06 AM IST

city and gst department raid

ରାଇରଙ୍ଗପୁର: ଟିକସ ଫାଙ୍କିଥିବା ଅଭିଯୋଗରେ ସିଟି ଓ ଜିଏସଟି ବିଭାଗର ଚଢ଼ାଉ । ମୟୂରଭଞ୍ଜ ଜିଲ୍ଲାରେ ପ୍ରାୟତଃ ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବିଭିନ୍ନ ସମୟରେ ଟିକସ ଫାଙ୍କୁଥିବା ନେଇ ଅଭିଯୋଗ ହୋଇଆସୁଛି । ଟିକସ ଫାଙ୍କିବା ଦ୍ବାରା ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ମଧ୍ୟ ହେଉଛି । ଟିକସ ଫାଙ୍କିକୁ ରୋକିବା ପାଇଁ ଅନେକ ସମୟରେ ସିଟି ଓ ଜିଏସଟି ବିଭାଗ ପକ୍ଷରୁ ଚଢାଉ ମଧ୍ୟ କରାଯାଉଥିବା ଦେଖିବାକୁ ମିଳୁଛି । ତେବେ ଏନେଇ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଥିବା ଏକ ବ୍ୟବସାୟିକ ସଂସ୍ଥା ଟ୍ୟାକ୍ସ ଫାଙ୍କୁଥିବା ଅଭିଯୋଗ ହେବାରୁ ଉକ୍ତ ସଂସ୍ଥା ଉପରେ ଆଜି ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ଚଢାଉ କରିଛି ।

ସେହିପରି ପୂର୍ବରୁ ରାଇରଙ୍ଗପୁର ସହର ସ୍ଥିତ ଦୁଇଟି ବଡ ବଡ ସଂସ୍ଥା ଓ ହାଟବାଦଡା ସ୍ଥିତ ଏକ ସଂସ୍ଥା ଉପରେ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ଚଢାଉ କରିଥିଲା । ପୂର୍ବରୁ ଉକ୍ତ ସଂସ୍ଥା ଟ୍ୟାକ୍ସ ଫାଙ୍କୁ ଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ତେବେ ସତ୍ୟକାମ ମହାନ୍ତି ନାମକ ଜନୈକ ବ୍ୟକ୍ତିଙ୍କର ମାଲିକାନାରେ ରହିଥିବା ଏହି ହାର୍ଡୱେର ଦୋକାନ ଉପରେ ଅଭିଯୋଗ ପାଇବା ପରେ ମୟୂରଭଞ୍ଜ ଓ ବାଲେଶ୍ଵରର ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ ମିଳିତ ଭାବେ ଗତକାଲି ଚଢ଼ାଉ କରିଥିଲେ । ଦିନ ପାଖାପାଖି ୧୧.୩୦ରୁ ସିଟି ଜିଏସଟି ବିଭାଗ ପକ୍ଷରୁ ଉକ୍ତ ସଂସ୍ଥାରେ ଚଢ଼ାଉ ଜାରି ରଖା ଯାଇଥିବା ବେଳେ ଏହି ପ୍ରକ୍ରିୟା ପୂର୍ବାହ୍ନ ୫.୩୦ ପର୍ଯ୍ୟନ୍ତ ଚାଲିଥିଲା ।

ତେବେ ଏକକାଳୀନ ଉକ୍ତ ଦୋକାନ ସମେତ ତିନୋଟି ଜାଗାରେ ରେଡ୍ ମାରିଥିଲା ଜିଏସଟି ଏନଫୋର୍ସମେଣ୍ଟ ବିଭାଗ । ପରେ ଦୋକାନରେ ଥିବା ସମସ୍ତ ଷ୍ଟକର ଡାଟା ଓ ଜିଏସଟି କାଗଜପତ୍ର ଓ ଏହି ସମ୍ବନ୍ଧୀୟ ଅନ୍ୟାନ୍ୟ ଜାଗଜପତ୍ର ଗୁଡିକ ମଧ୍ୟ ଜବତ କରିଛି ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ୍ । ପରେ ଟିକିନିଖି ଯାଞ୍ଚ ପରେ ଯେତେ ପରିମାଣରେ ଟିକସ ଫାଙ୍କି ଥିବେ ସେତେକ ଟିକସ ଫାଇନ ଆକାରରେ ଆଦାୟ କରାଯିବ ବୋଲି ସୂଚନା ଦେଇଛନ୍ତି ମୟୁରଭଞ୍ଜ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ର ଡେପ୍ୟୁଟି କମିସନର କୁଳମଣି ମଲ୍ଲିକ ।

ପ୍ରକାଶ ଥାଉକି, ପୂର୍ବରୁ ରାଇରଙ୍ଗପୁର ସହରର ଦୁଇଟି ସଂସ୍ଥା ଆପୋଲୋ ଇଲେକ୍ଟ୍ରିକାଲ ଓ ଅନୁରାଧା ସେଲ୍ସ ଉପରେ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ ଚଢ଼ାଉ କରିଥିଲା । ପୂର୍ବରୁ ଉକ୍ତ ଦୁଇଟି ସଂସ୍ଥା ଟ୍ୟାକ୍ସ ଫାଙ୍କୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଏପରି ଅଭିଯୋଗ ପାଇବା ପରେ ବାଲେଶ୍ବର ଓ ମୟୂରଭଞ୍ଜର ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମର 10 ଜଣିଆ ଟିମ ଏକା ସାଙ୍ଗରେ 5ଟି ସ୍ଥାନରେ ଚଢ଼ାଉ କରିଥିଲା ।

ଆପୋଲୋ ଇଲେକ୍ଟ୍ରିକାଲରେ ଚଢ଼ାଉ ସମୟରେ ରାଇରଙ୍ଗପୁର ଗୋଶାଳା ଭିତରେ ମଧ୍ୟ ଗୋଦାମ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ଏହାପରେ ଗୋଶାଳାରେ ମଧ୍ୟ ଜିଏସଟି ଟିମ ଚଢ଼ାଉ କରିଥିଲା । ସେହିପରି ଅନୁରାଧା ସେଲ୍ସରେ ଚଢ଼ାଉ ପରେ ହନୁମାନ ବାଟିକାରେ ଥିବା ଗୋଦାମ ଗୃହ ଓ ବନ୍ଧନ ବ୍ୟାଙ୍କ ନିକଟରେ ଥିବା ଗୋଦାମ ଗୃହରେ ଏକକାଳୀନ ଚଢ଼ାଉ କରାଯାଇଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.