ETV Bharat / state

ଜଙ୍ଗଲରେ ନିଆଁ ଲାଗିବା ଘଟଣା; ଅନୁଧ୍ୟାନ ପାଇଁ ଶିମିଳିପାଳରେ କେନ୍ଦ୍ରୀୟ ଟିମ୍‌

author img

By

Published : Mar 12, 2021, 11:20 AM IST

ଶିମିଳିପାଳରେ ନିଆଁ ଲାଗିବା ଘଟଣାର ଅନୁଧ୍ୟାନ ଲାଗି ଶିମିଳିପାଳରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମର ସଦସ୍ୟ । ଗତକାଲି ରାତିରେ ଏହି ଟିମ ଶିମିଳିପାଳ ଅଭୟାରଣ୍ୟରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

ଶିମିଳିପାଳରେ କେନ୍ଦ୍ରୀୟ ଟିମ୍‌
ଶିମିଳିପାଳରେ କେନ୍ଦ୍ରୀୟ ଟିମ୍‌

ବାରିପଦା: ଶିମିଳିପାଳରେ ନିଆଁ ଲାଗିବା ଘଟଣାର ଅନୁଧ୍ୟାନ ଲାଗି ଶିମିଳିପାଳ ଅଭୟାରଣ୍ୟରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମର ସଦସ୍ୟ । ଗତକାଲି ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ କେନ୍ଦ୍ରୀୟ ଟିମର ସଦସ୍ୟ ।

ଶିମିଳିପାଳରେ କେନ୍ଦ୍ରୀୟ ଟିମ୍‌

କେନ୍ଦ୍ରୀୟ ଟିମର ସଦସ୍ୟ ଅମିତ ମଲ୍ଲିକ, ସଦସ୍ୟ ସୁବ୍ରତ ମହାପାତ୍ର ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଦେଇ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଛନ୍ତି । ସୂଚନା ଅନୁଯାୟୀ, କେନ୍ଦ୍ରୀୟ ଟିମ ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳ ବାରହାକାମୁଡାରେ ରାତ୍ରିଯାପନ କରିଥିଲେ ।

ଆଜି କେନ୍ଦ୍ରୀୟ ଟିମ୍‌ର ସଦସ୍ୟ ଅମିତ ଓ ସୁବ୍ରତ ଶିମିଳିପାଳରେ ନିଆଁ ଲାଗିବାର କାରଣ ଓ ନିରାକରଣ ନେଇ ଅନୁଧ୍ୟାନ କରୁଛନ୍ତି । କେନ୍ଦ୍ରୀୟ ଟିମ ସହ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ଓ ଉପ ନିର୍ଦ୍ଦେଶକ, ବିଭାଗର ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି ।

ଶିମିଳିପାଳରେ ନିଆଁ କାହିଁକି ଲାଗିଲା, ଏହାର କାରଣ ଓ ନିରାକରଣ ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବେ । ଏଥି ସହ ନିଆଁ ଲିଭାଇବା କାର୍ଯ୍ୟରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବେ କେନ୍ଦ୍ରୀୟ ଟିମର ସଦସ୍ୟ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.