ETV Bharat / state

ସିବିଆଇ ଜାଲରେ 2 ଲାଞ୍ଚୁଆ ରେଲୱେ ପୋଲିସ - ବାଙ୍ଗରିପୋଷି ଷ୍ଟେସନ

ବାରିପଦା ରେଲୱେ ସ୍ଥାନରେ ଢ଼ାବା ଚଲାଉଥିବା ବ୍ୟବସାୟୀ ଜୟନ୍ତ ମହାନ୍ତିଙ୍କ ଠାରୁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଜାଲରେ ପଡିଗଲେ 2 ଲାଞ୍ଚୁଆ ଆରପିଏଫ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Aug 28, 2019, 11:40 PM IST

ବାରିପଦା: ସିବିଆଇ ଜାଲରେ ମୟୂରଭଞ୍ଜ ଜିଲ୍ଲାର 2 ଆରପିଏଫ ଅଧିକାରୀ । ବାରିପଦା ରେଲୱେ ସ୍ଥାନରେ ଢ଼ାବା ଚଲାଉଥିବା ବ୍ୟବସାୟୀ ଜୟନ୍ତ ମହାନ୍ତିଙ୍କ ଠାରୁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡିଥିଲେ 2 ଲାଞ୍ଚୁଆ ରେଲୱେ ପୋଲିସ । ସେମାନେ ହେଲେ ବାରିପଦା ଆରପିଏଫ ଥାନାର ଇନିସପେକ୍ଟର ଅମୀତ କୁମାର ଏବଂ ରେଲୱେ କନେଷ୍ଟବଳ ପ୍ରମୋଦ ମାରାଣ୍ଡି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦାରୁ ବାଙ୍ଗରିପୋଷି ଷ୍ଟେସନ ନିକଟରେ ଥିବା ରେଲୱେ ସ୍ଥାନରେ ବେଆଇନ ଭାବେ ଦୋକାନ କରୁଥିବା ବ୍ୟବସାୟଙ୍କ ଠାରୁ 3 ରେଲୱେ ପୋଲିସ ମାସକୁ ମାସ ବଟି ନେଉଥିଲେ । ସିବିଆଇ ନିକଟରେ ଏଭଳି ଅଭିଯୋଗ କରିଥିଲେ ବ୍ୟବସାୟୀ ଜୟନ୍ତ ମହାନ୍ତି । ଅଭିଯୋଗ କ୍ରମେ ବୁଧବାର ସିବିଆଇର 20 ଜଣିଆ ଟିମ ରେଲୱେ ଷ୍ଟେସନ ନିକଟରେ ଥିବା ଢ଼ାବାରେ ଲାଞ୍ଚ କାରବାର ହେଉଥିବା ସମୟରେ ଚଢାଉ କରିଥିଲା ।

ଏହି ସମୟରେ 2 ଜଣ ରେଲୱେ ପୋଲିସ ଅଧିକାରୀଙ୍କୁ ସିବିଆଇ ଧରିବାରେ ସଫଳ ହୋଇଥିଲେ । ଅନ୍ୟଜଣେ କନେଷ୍ଟବଳ ଭାଗରାଇ ମୁର୍ମୁ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛି । ସେପଟେ ସିବିଆଇ ଟିମ ଦୁଇ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ସିବିଆଇ ଜାଲରେ ମୟୁରଭଞ୍ଜ ଜିଲ୍ଲାର ଦୁଇ ଆର ପି ଏଫ ପୋଲିସ ଅଧିକାରୀ। ବାରିପଦା ରେଲୱେ ଜାଗାରେ ଢ଼ାବା ଚଳାଇଥିବା ବ୍ୟବସାୟୀ ଜୟନ୍ତ ମହାନ୍ତି ଙ୍କ ଠାରୁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସି ବି ଆଇ ଦ୍ଵାରା ଗିରଫ ହୋଇଛନ୍ତି ଦୁଇ ଲାଞ୍ଚୁଆ ରେଲୱେ ପୋଲିସ। ତେବେ ମାସକୁ ମାସ ବଟି ନେଉଥିଲେ ବୋଲି ସି ବି ଆଇ ନିକଟରେ ପୂର୍ବରୁ ଅଭିଯୋଗ କରିଥିଲେ ବ୍ୟବସାୟୀ ଜୟନ୍ତ ମହାନ୍ତି। ବାରିପଦା ରୁ ବାଙ୍ଗରିପୋଷି ଷ୍ଟେସନ ନିକଟରେ ଥିବା ରେଲୱେ ଜାଗାରେ ବେଆଇନ ଭାବେ ଦୋକାନ କରି ବ୍ୟବସାୟ କରୁଥିବା ବ୍ୟବସାୟୀ ଙ୍କ ଠାରୁ ରେଲୱେ ପୋଲିସ ମାସକୁ ମାସ ବଟି ନେଉଥିଲେ। ତେବେ ବ୍ୟବସାୟୀ ଜୟନ୍ତ ମହାନ୍ତି ତିନି ଜଣ ରେଲୱେ ପୋଲିସ ଙ୍କ ନାମରେ ଅଭିଯୋଗ କରିଥିଲେ। ଆଜି ସି ବି ଆଇ ର 20 ଜଣିଆ ଟିମ ରେଲୱେ ଷ୍ଟେସନ ନିକଟରେ ଥିବା ଢ଼ାବା ରେ ଲାଞ୍ଚ କାରବାର ହେଉଥିବା ସମୟରେ ଦୁଇ ଜଣ ରେଲୱେ ପୋଲିସ ଅଧିକାରୀ ଙ୍କୁ ଧରିବାରେ ସଫଳ ହୋଇଛନ୍ତି। ଲାଞ୍ଚୁଆ ରେଲୱେ ପୋଲିସ ଦୁଇ ଜଣ ହେଲେ ବାରିପଦା ଆର ପି ଏଫ ଥାନା ର ଇନିସପେକ୍ଟର ଅମୀତ କୁମାର ଏବଂ ରେଲୱେ କନେଷ୍ଟବଳ ପ୍ରମୋଦ ମାର୍ଣ୍ଡି । ଅନ୍ୟଜଣେ କନେଷ୍ଟବଳ ଭାଗରାଇ ମୁର୍ମୁ ଙ୍କ ନାମରେ ଅଭିଯୋଗ ଥିଲେ ମଧ୍ୟ ସେ ଫେରାର ହୋଇଛନ୍ତି। ସି ବି ଆଇ ଟିମ ଦୁଇ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.