ETV Bharat / state

ମନରେଗାରେ ହରିଲୁଟ; ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୨୫ ଜଣଙ୍କ ନାମରେ ମାମଲା - ମନରେଗାରେ ହରିଲୁଟ

ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ଏହାର ସୁଯୋଗ ନେଇ ବିଭିନ୍ନ ସମୟରେ ପ୍ରକଳ୍ପ ନାମରେ କୋଟି କୋଟି ଟଙ୍କାର ଦୁର୍ନୀତି କିଛି ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀଙ୍କ ଦ୍ୱାରା ହୋଇଥିବା ଘଟଣା ସାମ୍ନାକୁ ଆସିଛି । ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ ନେଇ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୨୫ ଜଣଙ୍କ ନାମରେ ଜଶିପୁର ଥାନାରେ ମାମଲା ରୁଜୁ କରିଛନ୍ତି ଯଶିପୁର ବିଡ଼ିଓ । ଅଧିକ ପଢନ୍ତୁ..

ମନରେଗାରେ ହରିଲୁଟ; ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୨୫ ଜଣଙ୍କ ନାମରେ ମାମଲା

author img

By

Published : Jul 2, 2020, 5:27 PM IST

ରାଇରଙ୍ଗପୁର: ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ ନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୨୫ ଜଣଙ୍କ ନାମରେ ଜଶିପୁର ଥାନାରେ ମାମଲା ରୁଜୁ କଲେ ଯଶିପୁର ବିଡ଼ିଓ । ୫ ଟି ଗ୍ରାମପଞ୍ଚାୟତର ୭୫ ଟି ପ୍ରକଳ୍ପରୁ ୩ କୋଟି ୨୧ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ପ୍ରକଳ୍ପ ନାମରେ ଦୁର୍ନୀତି କରି ପାଞ୍ଚଜଣ ସରପଞ୍ଚଙ୍କ ସମେତ, ବିଭାଗୀୟ ଯନ୍ତ୍ରୀ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଗ୍ରାମ ରୋଜଗାର ସେବକ ସମେତ ସମିତିର କିଛି କର୍ମଚାରୀଙ୍କ ନାମରେ ଯଶିପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯଶିପୁର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଅନୁପମା ଘୋଷ ।

ମନରେଗାରେ ହରିଲୁଟ; ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୨୫ ଜଣଙ୍କ ନାମରେ ମାମଲା

ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ଏହାର ସୁଯୋଗ ନେଇ ବିଭିନ୍ନ ସମୟରେ ପ୍ରକଳ୍ପ ନାମରେ କୋଟି କୋଟି ଟଙ୍କାର ଦୁର୍ନୀତି କିଛି ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀଙ୍କ ଦ୍ୱାରା ହୋଇଥିବା ଘଟଣା ସାମ୍ନାକୁ ଆସିଛି । ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଜିଲ୍ଲା ପ୍ରଶାସନ ଜାଣିବା ପରେ ମାମଲା ରୁଜୁ କରିବା ପାଇଁ ଗତ ୧୭ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ମୟୂରଭଞ୍ଜ ଜିଲ୍ଲା ଯଶିପୁର ପଞ୍ଚାୟତ ସମିତି‌ର ଶିମିଳିପାଳ ପାଦ ଦେଶରେ ଥିବା ଗୁରୁଗୁଡ଼ିଆ, ବରେହିପାଣି, ଅସ୍ତକୁଅଁର, ପୋଡାଗୋଡ଼ ଏବଂ ଧଳାବଣି ଗ୍ରାମପଞ୍ଚାୟତରେ ମନରେଗା ଯୋଜନା ନାଁରେ କୋଟି କୋଟି ଟଙ୍କା ଚଳୁ କରିଛନ୍ତି ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନେ । ଉକ୍ତ ଗ୍ରାମପଞ୍ଚାୟତ ଗୁଡିକରେ ଚେକ ଡ୍ୟାମ, କଲଭର୍ଟ ଏବଂ ରାସ୍ତା କାମରେ ବ୍ୟାପକ ଦୁର୍ନୀତି ହୋଇଅଛି ।

ଯଶିପୁର ବ୍ଲକର ୫ଟି ଗ୍ରାମପଞ୍ଚାୟତରେ ହୋଇଥିବା ପ୍ରକଳ୍ପ ନାମକୁ ମାତ୍ର, ଜାଗା ଜାଗାରେ ପ୍ରକଳ୍ପ ହୋଇଥିଲେ ବି ଅତି ନିମ୍ନ ମାନର ନିର୍ମାଣ ହୋଇଥିବା ବେଳେ ଜାଗା ଜାଗାରେ ପ୍ରକଳ୍ପ ନ ହୋଇ ମଧ୍ୟ ସମ୍ପୂର୍ଣ୍ଣ ଟଙ୍କା ବିନା ଚେକ ମିଜରମେଣ୍ଟରେ ଉଠି ସାରିଥିବା ଘଟଣା ସାମ୍ନାକୁ ଆସିଥିଲା। ଆଉ ଏହାର ତଦନ୍ତ ରିପୋର୍ଟ ଆସିବା ପରେ ପ୍ରକଳ୍ପର ନାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଜାଣିବାକୁ ମିଳିଛି । ବହୁ ଜାଗାରେ ନାମ ଫଳକ କିମ୍ବା ପ୍ରକଳ୍ପ ହୋଇଥିବା କାଗଜ ପତ୍ରରେ ଅଛି ହେଲେ କୌଣସି ଜାଗାରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ସମ୍ପୂର୍ଣ୍ଣ ବିଲ ପଇଠ ହୋଇଥିଲା। ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଥିଲା କିନ୍ତୁ ମାସ ମାସ ବିତି ଯାଇଥିଲେ ବି ଭିଜିଲାନ୍ସ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ନ ଥିଲା। କୋଟି କୋଟି ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ଜିଲ୍ଲାପାଳଙ୍କ ନଜରକୁ ଆସିବା ପରେ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ଵରପ ଜଶିପୁର ଥାନା ରେ ମାମଲା ରୁଜୁ କରିବା ପାଇଁ ଜଶିପୁର ବ୍ଲକ ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେପଟେ ଯଶିପୁର ବ୍ଲକରେ କୋଟି କୋଟି ଟଙ୍କାର ଦୁର୍ନୀତି ନେଇ ଗତ ୧୭ ତାରିଖ ପାଖରୁ ଦୁର୍ନୀତି କରିଥିବା ଅଫିସର, କର୍ମଚାରୀ ଏବଂ ପିଆରଆଇ ମେମ୍ବର ମାନଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏତେ ବିଳମ୍ବରେ ଜଶିପୁର ଥାନାରେ ଏତଲା ଦେବା ଜଶିପୁର ବ୍ଲକ ବିଡ଼ିଓ ଅନୁପୋମା ଘୋଷଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଜଶିପୁର ଥାନା ରେ ମାମଲା ରୁଜୁ ହେବା ପରେ ଦୁର୍ନୀତିର ପର୍ଦାଫାସ ହେବାର ଆଶଙ୍କା ରଖିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ। ତେବେ ଦେଖିବା ପାଇଁ ବାକି ରହିଲା କୋଟି କୋଟି ସରକାରୀ ଅର୍ଥ ଆତ୍ମସାତ କରିଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି ରହିଲା।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.