ETV Bharat / state

ପ୍ରବାସୀ ଶ୍ରମିକଙ୍କୁ ଛାଡି ଫେରିବା ବେଳେ ବସ୍ ଦୁର୍ଘଟଣାଗ୍ରସ୍ତ, 2 ଗୁରୁତର

author img

By

Published : May 17, 2020, 12:05 PM IST

Updated : May 17, 2020, 1:22 PM IST

ପ୍ରବାସୀ ଶ୍ରମିକଙ୍କୁ ଛାଡି ଫେରୁଥିବା ବସ ଦୁର୍ଘଟଣାଗ୍ରସ୍ତ । ଦୁଇ ଗୁରୁତର । ସେମାନଙ୍କୁ ବାରିପଦା ପିଆରଏମ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

murabhanja bus accident
ବସ ଦୁର୍ଘଟଣାଗ୍ରସ୍ତ

ବାରିପଦା: ପ୍ରବାସୀ ଶ୍ରମିକଙ୍କୁ ପଶ୍ଚିମବଙ୍ଗ ମୁର୍ସିଦାବାଦରୁ ଛାଡି ଫେରୁଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ବସ ଡ୍ରାଇଭରଙ୍କ ସହ ମାଲିକ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ ପିଆରଏମ୍ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ୧୮ ନମ୍ବର ଜାତୀୟ ରାଜପଥର ମୁଣ୍ଢାକଟା ଛକରେ ଟ୍ରକ ସହ ବସ୍‌ ଦୁର୍ଘଟଣା ଗ୍ରସ୍ତ। ଦୁର୍ଘଟଣାରେ ବସ ଡ୍ରାଇଭର ଓ ବସ ମାଲିକ ଗୁରୁତର ହୋଇଥିବା ବେଳେ ଉଭୟଙ୍କୁ ବାରିପଦା ପି ଆର ଏମ୍ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ବସ ଦୁର୍ଘଟଣାଗ୍ରସ୍ତ

ସୂଚନା ଅନୁଯାୟୀ, ଉଦଳାରୁ ପ୍ରବାସୀ ଶ୍ରମିକଙ୍କୁ ପଶ୍ଚିମବଙ୍ଗ ମୁର୍ସିଦାବାଦରେ ଛାଡି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ତେବେ ବସରେ ଅନ୍ୟ କୌଣସି ଯାତ୍ରୀ ନ ଥିଲେ। ଦୁର୍ଘଟଣାରେ ଗୁରୁତର ହୋଇଥିବା ବସ ମାଲିକ ଜଣଙ୍କ ହେଲେ ଉଦଳା ଅଞ୍ଚଳର କମଳା କାନ୍ତ ରଣା। ଦୁର୍ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : May 17, 2020, 1:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.