ETV Bharat / state

ବ୍ରାଉନସୁଗାର କାରବାରର ମାଷ୍ଟରମାଇଣ୍ଡ ଗିରଫ - ଧଳା ଜହର

ଧଳା ଜହର ମାମଲାରେ ଚିପଟଅସ୍ତିଆ ଅଞ୍ଚଳର ସେକ ମହତାବ ଅଲ୍ଲୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଧିକ ପଢନ୍ତୁ...

ବ୍ରାଉନସୁଗାର କାରବାରର ମାଷ୍ଟରମାଇଣ୍ଡ ଗିରଫ
ବ୍ରାଉନସୁଗାର କାରବାରର ମାଷ୍ଟରମାଇଣ୍ଡ ଗିରଫ
author img

By

Published : Jun 6, 2021, 7:37 AM IST

ବାରିପଦା: ଧଳା ଜହର ମାମଲାରେ ଚିପଟଅସ୍ତିଆ ଅଞ୍ଚଳର ସେକ ମହତାବ ଅଲ୍ଲୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନାନୁଯାୟୀ, ୨୦୨୦ ମସିହା ଜୁଲାଇ ମାସରେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଧିନସ୍ଥ ନିଲକମଲ ଢାବାରୁ ଗ୍ରାହକକୁ ବିକ୍ରି କରିବା ସମୟରେ ସ୍ବତନ୍ତ୍ର ଟାସ୍କଫୋର୍ସ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା ।

ବ୍ରାଉନସୁଗାର କାରବାରର ମାଷ୍ଟରମାଇଣ୍ଡ ଗିରଫ

ଚଢାଉରେ ୩ କିଲୋ ୨୬୫ ଗ୍ରାମର ଧଳାଜହର ଜବତ ହେବା ସହିତ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲେ। ଏହାର ବଜାର ମୂଲ୍ୟ ୩ କୋଟି ୨୬ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ପୂର୍ବରୁ ଘଟଣା ସମୟରେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଥିଲା।

ତେବେ ବିଶେଷ ସୂତ୍ରରୁ ଖବର ପାଇ ଶନିବାର ଚିପଟଅସ୍ତିଆ ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତକୁ ଏସଟିଏଫ ଟିମ୍ ଦ୍ବାରା ଗିରଫ କରାଯାଇ ବାରିପଦା ମଣ୍ଡଳ କାରାଗାରକୁ ପଠାଇଥିବା ଡିଏସପି ପ୍ରବୀଣ ତ୍ରିପାଠୀ ସୂଚନା ଦେଇଛନ୍ତି। ତେବେ ଏହାର ଚେର ଅନ୍ତଃରାଜ୍ୟରେ ଥିବାର ସୂଚନା ନେଇ ଅଧିକ ତଦନ୍ତ ଚାଲୁ ରହିଥିବା ଡିଏସପି ଜଣାଇଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.