ETV Bharat / state

ପୋଖରୀରେ ବୁଡି ଭାଉ-ଭଉଣୀଙ୍କ ସଲିଳ ସମାଧି - rairangaour child die

ପୋଖରୀରେ ବୁଡି ଆଖି ବୁଜିଲେ ଭାଇ-ଭଉଣୀ । ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଉଲେଇକୁଣ୍ଡି ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା । ଅଧିକ ପଢନ୍ତୁ...

ପୋଖରୀରୁ ବୁଡି ଭାଉ-ଭଉଣୀଙ୍କ ମୃତ୍ୟୁ
ପୋଖରୀରୁ ବୁଡି ଭାଉ-ଭଉଣୀଙ୍କ ମୃତ୍ୟୁ
author img

By

Published : Aug 19, 2021, 10:03 PM IST

Updated : Aug 19, 2021, 11:03 PM IST

ରାଇରଙ୍ଗପୁର: ଅକାଳରେ ଚାଲିଗଲା ଦୁଇ ନିଷ୍ପାପ ଶିଶୁର ଜୀବନ । ପୋଖରୀରେ ବୁଡି ଆଖି ବୁଜିଲେ ଭାଇ-ଭଉଣୀ । ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଉଲେଇକୁଣ୍ଡି ଗ୍ରାମରେ ଘଟିଯାଇଛି ଏପରି ଏକ ଦୁଃଖଦ ଘଟଣା ।

ଗ୍ରାମର ଅନାମ ମୁଣ୍ଡାଙ୍କ ଘର ପାଖରେ ଥିବା ପୋଖରୀରେ ପଡ଼ି ତାଙ୍କର ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ଧାନ ଚାଷ ପାଇଁ ବିଲକୁ କାମ କରିବାକୁ ପରିବାର ଲେକମାନେ ଯାଇଥିବା ସମୟରେ ଏହି ଅଘଟଣ ଘଟିଛି । ସନ୍ଧ୍ୟା ସମୟରେ ପରିବାର ଲୋକେ ପୋଖରୀରୁ ଦୁଇ ଶିଶୁଙ୍କୁ ଉଦ୍ଧାର କରି ଶୁକୃଳି ଡାକ୍ତରଖାନାକୁ ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତର ଶିଶୁଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ରରୁଆଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଶିଶୁଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଶୁକ୍ରବାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ମୃତ ଶିଶୁପୁତ୍ର ରାଜାର ବୟସ ଅଢେଇ ବର୍ଷ ହେଇଥିବା ବେଳେ ଶିଶୁକନ୍ୟା ସୋମବାରୀର ବର୍ଷ ଦେଢ ବର୍ଷ ହୋଇଥିବା ସୂଚନା ମିଳିଛି । ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Aug 19, 2021, 11:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.