ETV Bharat / state

ନିଆଁ ଲାଗିବା ଘଟଣା: ଶିମିଳିପାଳ ଅଭିମୁଖେ ବିଜେପିର ସତ୍ୟ ଅନୁସନ୍ଧାନ ଦଳ - ନିଆଁ ଲାଗିବା ଘଟଣା

ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣା। ସରକାର ଓ ସରକାରୀ ତଥ୍ୟକୁ ନେଇ ସନ୍ଦେହ କରୁଛି ବିଜେପି । ଗ୍ରାଉଣ୍ଡ ସ୍ଥିତିର ସମୀକ୍ଷା ଲାଗି ଶିମିଳିପାଳ ଅଭିମୁଖେ ବିଜେପିର ସତ୍ୟ ଅନୁସନ୍ଧାନ ଦଳ । ଅଧିକ ପଢନ୍ତୁ...

ଶିମିଳିପାଳ ଅଭିମୁଖେ ବିଜେପିର ସତ୍ୟ ଅନୁସନ୍ଧାନ ଦଳ

author img

By

Published : Mar 14, 2021, 12:25 PM IST

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣା। ସରକାର ଓ ସରକାରୀ ତଥ୍ୟକୁ ନେଇ ସନ୍ଦେହ କରୁଛି ବିଜେପି । ଗ୍ରାଉଣ୍ଡ ସ୍ଥିତିର ସମୀକ୍ଷା ଲାଗି ଶିମିଳିପାଳ ଅଭିମୁଖେ ବିଜେପିର ସତ୍ୟ ଅନୁସନ୍ଧାନ ଦଳ । ଶନିବାର ରାତିରେ ବାରିପଦା ସର୍କିଟ ହାଉସ ଠାରେ ପହଞ୍ଚିଛନ୍ତି ବିଜେପି ଦଳର 13 ଜଣିଆ ଟିମ୍ ।

ଶିମିଳିପାଳ ଅଭିମୁଖେ ବିଜେପିର ସତ୍ୟ ଅନୁସନ୍ଧାନ ଦଳ

ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ବରେ ଏହି ଟିମ୍ ଆଜି(ରବିବାର) ଶିମିଳିପାଳରେ ନିଆଁ ଲାଗିବା ଘଟଣାର ସ୍ଥିତିର ଅନୁଧ୍ୟାନ କରିବ। ଶିମିଳିପାଳ ଅଧିକାରୀଙ୍କ ସହ ଆଲୋଚନା ପରେ ବିଜେପିର ଏହି 13 ଜଣିଆ ଟିମ୍ ଶିମିଳିପାଳ ଅଭିମୁଖେ ବାହାରିଥିବା ବେଳେ ଅନେକ ସ୍ଥାନୀୟ ବିଜେପି କର୍ମକର୍ତ୍ତା ମଧ୍ୟ ଏହି ଟିମରେ ସାମିଲ ହୋଇଛନ୍ତି ।

ବାରିପଦା ନିକଟ ପିଠାବଟା ଲୁଲୁଙ୍ଗ ଗେଟ୍ ଦେଇ ଏହି ଟିମ୍ ପ୍ରବେଶ କରିବ । କୋର ଓ ବଫର ଏରିଆର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ମଧ୍ୟ ଆଲୋଚନା କରିବ ବୋଲି ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.