ETV Bharat / state

ରାଇରଙ୍ଗପୁର ଓ ସାରସକଣାରେ ଫୁଟିଲା ପଦ୍ମ

ରାଜ୍ୟରେ ବିଜେଡି ସରକାର ନିଜର ଦମ ଦେଖାଇଥିବା ବେଳେ ବିଜେପି ମଧ୍ୟ ଦେଇଥିଲା କଡା ଟକ୍କର ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : May 24, 2019, 3:37 AM IST

ରାଇରଙ୍ଗପୁର: ଗଣତନ୍ତ୍ରର ମହାପର୍ବର ଫଳାଫଳ ଉପରେ ସାରା ଦେଶରେ ନଜର । ରାଜ୍ୟରେ ବିଜେଡି ସରକାର ନିଜର ଦମ ଦେଖାଇଥିବା ବେଳେ ବିଜେପି ମଧ୍ୟ ଦେଇଥିଲା କଡା ଟକ୍କର । ଯେଉଁଥିରେ ମୟୂରଭଞ୍ଜ ଜିଲ୍ଲା 28ନଂ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଓ 27 ନଂ ସାରସକଣା ନିର୍ବାଚନ ମଣ୍ଡଳୀରେ ବିଧାନସଭା ଆସନରେ ବାଜିମାତ କରିଛି ବିଜେପି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ ରାଇରଙ୍ଗପୁର ବିଜେପି ବିଧାୟକ ପ୍ରାର୍ଥୀ ନବ ଚରଣ ମାଝି ମୋଟ୍‌ 60,901ଟି ଭୋଟ ପାଇ ନିକଟତମ ବିଜେଡି ପ୍ରତିଦ୍ବନ୍ଦ୍ବୀ ବାସନ୍ତୀ ମାରଣ୍ଡିଙ୍କୁ 2847 ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ସେହିପରି ସାରସକଣା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଡ଼ଃ ବୁଢାନ ମୁର୍ମୁ ।

ପ୍ରକାଶ ଯେ, ସ୍ଥାନୀୟ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଭୋଟ ଗଣତି ହୋଇଥିଲା । ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ପୋଲିସ ଫୋର୍ସ ମୁତୟନ ହୋଇଥିଲା । ତେବେ ଫଳାଫଳ ବାହାରିବା ପରେ ବିଜେପି ଦଳୀୟ କର୍ମୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିଗବାକୁ ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:x

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.