ETV Bharat / state

ମହିଳାଙ୍କ ସୁରକ୍ଷାରେ ବିଫଳ ସରକାର, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି - ମହିଳାଙ୍କ ସୁରକ୍ଷାରେ ବିଫଳ ସରକାର

ଦିନକୁ ଦିନକୁ ରାଜ୍ୟରେ ବଢିଚାଲିଛି ମହିଳାଙ୍କ ପ୍ରତି ଦୁଷ୍କର୍ମ ଭଳି ଅତ୍ୟାଚାର। ଏପରି ବ୍ୟାଧିକୁ ରୋକିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ। ଯାହାଫଳରେ ଅପରାଧି ଖୁଲମଖୁଲା ଅପରାଧ ଘଟାଇ ଚାଲିଥିବାର ଅଭିଯୋଗ ଆଣିଛି ବିଜେପି । ଅଧିକ ଖବର ପଢନ୍ତୁ...

press meet
ମହିଳାଙ୍କ ସୁରକ୍ଷାରେ ବିଫଳ ସରକାର,ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି
author img

By

Published : Dec 4, 2019, 11:29 PM IST

ବାରିପଦା: ରାଜ୍ୟରେ ମହିଳାଙ୍କ ଉପରେ ବଢି ଚାଲିଥିବା ଅତ୍ୟାଚାର, ଦୁଷ୍କର୍ମ, ହତ୍ୟା ରୋକିବାରେ ବିଫଳ ରାଜ୍ୟ ସରକାର। ଏଥିପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ରାଜ୍ୟ ବିଜେପି।

ଆଜି ବାରିପଦା ମୟୂରଭଞ୍ଜ ଆଥେଲେଟିକ ଆସୋସିଏସନର ସମ୍ମିଳନୀ କକ୍ଷରେ ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦିକା ଡ଼.ଲେଖାଶ୍ରୀ ସାମନ୍ତସିଂହାର ଏପରି ଦାବି କରିଛନ୍ତି। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କଲେଜ ଅଧ୍ୟାପିକା ନ୍ୟାୟ ନପାଇ ଆତ୍ମହତ୍ୟା କରିବା ଘଟଣାକୁ ନିନ୍ଦା କରିବା ସହ ଝାରପୋଖରିଆ ଥାନା ଅଧିକାରୀ ଶରତ ମଲ୍ଲିକଙ୍କ ଗିରଫ ଦାବିକରିଛି ରାଜ୍ୟ ବିଜେପି।

ସେହିପରି ଯାଜପୁର ପିଇଓ ସ୍ମିତାରାଣୀ ମୃତ୍ୟୁ, ପୁରୀ ଗଣଦୁଷ୍କର୍ମ, ରାଇରଙ୍ଗପୁର ଅଧ୍ୟାପିକା ଆତ୍ମହତ୍ୟା ଘଟଣାରେ ପୀଡିତାଙ୍କୁ ନ୍ୟାୟ ଦେଇ ପାରିନାହାଁନ୍ତି ସରକାର। ବିଜେପିର ଅଭିଯୋଗ ଯେ ଗୃହ ବିଭାଗର ମୁଖ୍ୟ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସୁରକ୍ଷା ଯୋଗାଇବା ବଦଳରେ ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି। ଯାହାଫଳରେ ଅପରାଧୀ ଖୁଲମ ଖୁଲା ଅପରାଧ ଘଟାଇ ଚାଲିଛି। ଅନ୍ୟପକ୍ଷରେ ରାଇରଙ୍ଗପୁର ଅଧ୍ୟାପିକା ସହ ଦୁଷ୍କର୍ମ ହେବା ଏବଂ ପୋଲିସ ଏତଲା ନରଖିବା ନବୀନ ସରକାରଙ୍କ ‘5ଟି' ରେ ଯାଉନାହିଁ କି ବୋଲି ମଧ୍ୟ ପ୍ରଶ୍ନ କରିଛି ବିଜେପି।

ମହିଳାଙ୍କ ସୁରକ୍ଷାରେ ବିଫଳ ସରକାର,ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

ଏହି ସାମ୍ବାଦିକ ସମ୍ମିଳନୀରେ ବଡ଼ସାହି ବିଧାୟକ ସନାତନ ବିଜୁଳି, ବାରିପଦା ବିଧାୟକ ପ୍ରକାଶ ସରେନ, ସାରସକଣା ବିଧାୟକ ବୁଢ଼ାନ ମୂର୍ମୁ, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଞ୍ଜିତ ଦାସ, ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:

Body:ରାଜ୍ୟରେ ମହିଳା ମାନଙ୍କ ଉପରେ ବଢି ଚାଲିଥିବା ଅତ୍ୟାଚାର, ଦୁଷ୍କର୍ମ, ହତ୍ୟା ରୋକିବାରେ ବିଫଳ ରାଜ୍ୟସରକାର ଙ୍କ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ରାଜ୍ୟ ବିଜେପି। ଆଜି ବାରିପଦା ମୟୁରଭଞ୍ଜ ଆଥେଲେଟିକ ଆସସିଏସନ ର ସମ୍ମିଳନୀ କକ୍ଷରେ ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦିକା ଡ଼ ଲେଖାଶ୍ରୀ ସମନ୍ତସିଂହାର ଏହା ଦାବି କରିଛନ୍ତି। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କଲେଜ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ ନ୍ୟାୟ ନ ପାଇ ଆତ୍ମହତ୍ୟା କରିବା ଘଟଣାକୁ ନିନ୍ଦା କରିବା ସହ ଝାରପୋଖରିଆ ଥାନା ଅଧିକାରୀ ଶରତ ମଲ୍ଲିକ ଙ୍କ ଗିରଫ ଦାବିକରିଛି ରାଜ୍ୟ ବିଜେପି। ଯାଜପୁର ପିଇଓ ସ୍ମିତାରାଣୀ ମୃତ୍ୟ, ପୁରୀ ଗଣଦୁଷ୍କର୍ମ, ରାଇରଙ୍ଗପୁର ଅଧ୍ୟାପିକ ଆତ୍ମହତ୍ୟା ଘଟଣା ତଥା ରାଜ୍ୟରେ ମହିଳା ମାନଙ୍କ ଉପରେ ବଢିଥିବା ଅତ୍ୟାଚାର କୁ ରୋକିବାରେ ବିଫଳ ରାଜ୍ୟ ସରକାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ରାଜ୍ୟ ବିଜେପି। ବିଜେପି ର ଅଭିଯୋଗ ଯେ ଗୃହ ବିଭାଗ ର ମୁଖ୍ୟ ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କୁ ସୁରକ୍ଷା ଯୋଗାଇବା ବଦଳରେ ଅପରାଧୀ ମାନଙ୍କୁ ସୁରକ୍ଷା ଦେଉଛନ୍ତି। ଯାହାଫଳରେ ଅପରାଧୀ ଖୁଲମ ଖୁଲା ଅପରାଧ ଘଟାଇ ଚାଲିଛି। ଅନ୍ୟପକ୍ଷରେ ରାଇରଙ୍ଗପୁର ଅଧ୍ୟାପିକା ସହ ଦୁଷ୍କର୍ମ ହେବା ଏବଂ ପୋଲିସ ଏତଲା ନ ରଖିବା ନବୀନ ସରକାର ଙ୍କ 5ଟି ରେ ଯାଉନାହିଁ କି ବୋଲି ମଧ୍ୟ ପ୍ରଶ୍ନ କରିଛି ବିଜେପି। ଏହି ସାମ୍ବାଦିକ ସମ୍ମିଳନୀରେ ବଡ଼ସାହି ବିଧାୟକ ସନାତନ ବିଜୁଳି, ବାରିପଦା ବିଧାୟକ ପ୍ରକାଶ ସରେନ, ସାରସକଣା ବିଧାୟକ ବୁଢ଼ାନ ମୂର୍ମୁ, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଞ୍ଜିତ ଦାସ, ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।

ବାଇଟ-ଲେଖାଶ୍ରୀ ସମନ୍ତସିଂହାର-ବିଜେପି ରାଜ୍ୟ ସଂପାଦିକା

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.