ETV Bharat / state

ଫଟୋ ପଲିଟିକ୍ସ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ - ଟିକା କେନ୍ଦ୍ର

ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିବା ପ୍ରସଙ୍ଗକୁ ନେଇ ଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଶେଶ୍ବର ଟୁଡୁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଅଧିକ ପଢନ୍ତୁ...

ଟୀକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିବା ପ୍ରସଙ୍ଗ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ

author img

By

Published : Jun 25, 2021, 10:03 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲାଗିଥିବା ଘଟଣାକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଶେଶ୍ବର ଟୁଡୁ ସହରର ଏକ ଘରୋଇ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । କୋଭିଡ ଟୀକାକରଣକୁ ନେଇ ବିଜେଡି ରାଜନୀତି କରୁଛି ବୋଲି ସେ କହିଛନ୍ତି ।

ଟୀକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିବା ପ୍ରସଙ୍ଗ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ

କୋଭିଡ ଟୀକାକରଣ କେନ୍ଦ୍ରରେ ଲଗାଯାଉଥିବା ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବିଜେପି ବିରୋଧ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ସମଗ୍ର ରାଜ୍ୟରେ ଟୀକାକରଣ କରାଯାଉଥିବା ବେଳେ ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଇବା ସହ ଫଟୋ, ପୋଷ୍ଟର ଏବଂ ଲୋଗୋରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଯାଇ ବିଭ୍ରାନ୍ତ କରାଯାଉଛି । ସରକାର କଳକୁ ନିଜ ରାଜନୈତିକ ଉଦ୍ଦେଶ୍ୟରେ ଲଗାଉଥିବା ଅଭିଯୋଗ କରିଛି ବିଜେପି । ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଯାଇ ସରକାର ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ।

ରାଜ୍ୟରେ ଚାଷୀ ଉପକୃତ ହୋଇପାରୁନାହାନ୍ତି, ସରକାର ସରକାରୀ ଧାନମଣ୍ଡିରେ ଧାନ କିଣି ପାରୁନାହାନ୍ତି । ଲୋକେ ପ୍ରଧାନମନ୍ତ୍ରୀ ଆବାସ ପାଉନଥିବା ବେଳେ ସରକାର ଏଠାରେ ରାଜନୀତି କରୁଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ତଥା ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ, ବିଧାୟକ ପ୍ରକାଶ ସୋରେନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ବିଜେପି ଜିଲ୍ଲା ସଭାପତି କାନ୍ଦରା ସୋରେନ ଓ ବରିଷ୍ଠ ନେତା କୃଷ୍ଣ ମହାପାତ୍ର ସମେତ ଅନେକ ବିଜେପି ନେତା ଉପସ୍ଥିତ ଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.