ETV Bharat / state

ନୂଆ ରାଜ୍ୟପାଳଙ୍କୁ ଛୁଟିଲା ଶୁଭେଚ୍ଛା ସୁଅ, ରଘୁବର କହିଲେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ

author img

By ETV Bharat Odisha Team

Published : Oct 19, 2023, 7:26 PM IST

ରାଜ୍ୟପାଳ ନିଯୁକ୍ତ ହେବା ପରେ ଶୁଭେଚ୍ଛାର ସୁଅ । ସାମ୍ବିଧାନିକ ଦାୟିତ୍ବ ପାଇଁ ଦଳ ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରଘୁବର । କହିଲେ ଓଡିଶା ଜଗନ୍ନାଥଙ୍କ ଦରବାର । ଅଧିକ ପଢନ୍ତୁ

ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଶୁଭେଚ୍ଛାର ସୁଅ: ରଘୁବର କହିଲେ କେବେ ଭାବି ନଥିଲି, ସାମ୍ବିଧାନିକ ଦାୟିତ୍ବ ନିର୍ବାହ କରିବି

ରାଇରଙ୍ଗପୁର: ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଓଡ଼ିଶା ରାଜ୍ୟପାଳ ଭାବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଗତକାଲି ନିଯୁକ୍ତି ଦେବା ପରେ ଝାଡ଼ଖଣ୍ଡ ଜାମସେଦପୁର ସ୍ଥିତ ତାଙ୍କ ସରକାରୀ ବାସଭବନକୁ ଶୁଭେଚ୍ଛାର ସୁଅ ଛୁଟିଛି । ରଘୁବର ଦାସଙ୍କ ଦୁଇ ଭାଇ ଓ ତିନି ଭଉଣୀ ରହିଛନ୍ତି । ବଡ ଭଉଣୀ ଆଜି ଘରେ ତାଙ୍କୁ ବନ୍ଦାପନା କରି ମିଠା ଖୁଆଇ ଆଶୀର୍ବାଦ ଦେବା ସହ ଭାବବିହ୍ବଳ ହୋଇଛନ୍ତି । ଏହି ଅବସରରେ ତାଙ୍କ ବାସଭବନକୁ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଶୁଭେଚ୍ଛାର ସୁଅ ସୁଟିଛି ।

ଝାରଖଣ୍ଡ ଜାମସେଦପୁର ସହରର ସିଦଗୋଡା ସ୍ଥିତ ତାଙ୍କ ସରକାରୀ ବାସଭବନରେ ଆଜି ବିଜେପି ବରିଷ୍ଠ ନେତା ଓ କର୍ମୀମାନେ ରଘୁବର ଦାସଙ୍କୁ ସାକ୍ଷାତ କରିବା ସହ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ସେଠାରେ ଏକ ପ୍ରକାର ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା । ଆଜି ସକାଳୁ ରଘୁବରଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା ।

ଏହାମଧ୍ୟ ପଢନ୍ତୁ: ନୂଆ ରାଜ୍ୟପାଳ ରଘୁବର ଦାସଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ରାଜ୍ୟପାଳ ଭାବେ ରଘୁବର ଦାସ ନିଯୁକ୍ତି ହେବା ପରେ ଝାଡ଼ଖଣ୍ଡ ରାଜ୍ୟର ଜାମସେଦପୁର ସ୍ଥିତ ସିଦଗୋଡା ସ୍ଥିତ ତାଙ୍କ ସରକାରୀ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଏମିତି ଏକ ରାଜନୈତିକ ଦଳ ଯେଉଁ ଦଳରେ ଜଣେ ମଣ୍ଡଳ ଅଧ୍ୟକ୍ଷ ବି ରାଜ୍ୟପାଳ ପରି ଏକ ଗୁରୁତ୍ବପୂର୍ଣ୍ଣ ପଦବୀ ଗ୍ରହଣ କରିପାରନ୍ତି । ତେବେ ରାଷ୍ଟ୍ରପତି ଭବନରୁ ଦିଆ ଯାଇଥିବା ଦାୟିତ୍ଵକୁ ସେ ସୁଚାରୁରୂପେ ସମ୍ପାଦନ କରିବେ । ଏଥି ସହିତ ଓଡ଼ିଶା ରାଜ୍ୟପାଳ ଭାବେ ଦାୟିତ୍ଵ ଦିଆଯାଇଥିବାରୁ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ।

ରଘୁବର ଦାସ ଏବେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିବା ବେଳେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ୧୯୮୦ ମସିହାରେ ରଘୁବର ଦାସ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ତାଙ୍କୁ ସର୍ବପ୍ରଥମେ ଜାମସେଦପୁର ସହରର ସିତାରାମଡେରା ମଣ୍ଡଳ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା । ଏଥିସହିତ ଜାମସେଦପୁର ମହାନଗରର ବିଭିନ୍ନ ପଦବୀରେ ତାଙ୍କୁ କାର୍ଯ୍ୟଭାର ଦିଆଯାଇଥିଲା । ପରେ ୨୦୦୪, ୨୦୦୯ ଓ ୨୦୨୩ ମସିହାରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ୨୦୦୫ ମସିହାରେ ଝାଡ଼ଖଣ୍ଡର ଅର୍ଜୁନ ମୁଣ୍ଡା ସରକାରରେ ବିତ୍ତ, ବାଣିଜ୍ୟ ଓ ନଗର ଉନ୍ନୟନ ମନ୍ତ୍ରୀ ପଦରେ ଥିଲେ ରଘୁବର ଦାସ । ପରେ ଶିବୁ ସୋରେନଙ୍କ ସରକାର ସମୟରେ ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଭାବେ ପଦଭାର ଗ୍ରହଣ କରିଥିଲେ । ୨୦୧୪ ମସିହା ଡିସେମ୍ବର ୨୮ ତାରିଖରେ ପ୍ରଥମ ଅଣଆଦିବାସୀ ଭାବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇଥିଲେ ରଘୁବର ଦାସ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.