ETV Bharat / state

ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ବିଦ୍ୟୁତ କାଟ୍ ଘଟଣା: ବିଜେପିର ଆନ୍ଦୋଳନ ଚେତାବନୀ

ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ୯ ମିନିଟ ଧରି ବିଦ୍ୟୁତ କାଟ୍ ଘଟଣାରେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେଲା ବିଜେପି । ଅଧିକ ପଢ଼ନ୍ତୁ

author img

By

Published : May 14, 2023, 10:12 PM IST

power outage during address of president
ରାଷ୍ଟ୍ରପତି ଅନ୍ଧାରରେ ଭାଷଣ ଦେବା ଘଟଣା
ରାଷ୍ଟ୍ରପତି ଅନ୍ଧାରରେ ଭାଷଣ ଦେବା ଘଟଣା

ବାରିପଦା: ରାଷ୍ଟ୍ରପତି ଅଭିଭାଷଣ ଦେଉଥିବା ସମୟରେ ୯ ମିନିଟ ଧରି ବିଦ୍ୟୁତ କାଟ ଘଟଣା । ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେଲା ଜିଲ୍ଲା ବିଜେପି । ଏହି ଘଟଣାରେ ଯେଉଁମାନେ ଦାୟୀ, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆସନ୍ତା ୧୯ରେ ହରତାଳ ଡାକରା ଦେବା ସହିତ ରାଜରାସ୍ତାକୁ ଓହ୍ଲାଇବା ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜିଲ୍ଲାର ଭାରତୀୟ ଜନତା ପାର୍ଟି ଚେତାବନୀ ଦେଇଛି ।

ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରପତି ଭାଷଣ ଦେଉଥିବା ସମୟରେ ହଠାତ୍ ବିଜୁଳି କଟି ଯାଇଥିଲା । ଦୀର୍ଘ ୯ ମିନିଟ ଧରି ଅନ୍ଧାରରେ ରାଷ୍ଟ୍ରପତି ନିଜର ଅଭିଭାଷଣ ଜାରି ରଖିଥିଲେ । ଏହା ସମଗ୍ର ଜିଲ୍ଲାବାସୀଙ୍କ ପାଇଁ ଏକ ଲଜ୍ଜାଜନକ ଘଟଣା । ରାଷ୍ଟ୍ରପତିଙ୍କ ନିଜ ଜିଲ୍ଲାରେ ଏପରି ଅଭାବନୀୟ ଘଟଣା ଘଟିବା ବିଭିନ୍ନ ମହଲରେ କଡ଼ା ନିନ୍ଦା କରାଯାଇଛି । ତେବେ ଆସନ୍ତା ୧୮ ତାରିଖ ସୁଦ୍ଧା ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରି ଏହି ଘଟଣାରେ ଯିଏ ଦୋଷୀ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି । ଯଦି ଦୋଷୀ ବିରୋଧର କାର୍ଯ୍ୟାନୁଷ୍ଠାନ ନେବାରେ ରାଜ୍ୟ ସରକାର ବିଫଳ ହୁଅନ୍ତି । ତେବେ ଆସନ୍ତା ୧୯ ତାରିଖରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ । ଏହା ସହିତ ମୟୂରଭଞ୍ଜ ଜିଲ୍ଲାରେ ହରତାଳ କରାଯିବ । ଏନେଇ ବାରିପଦା ସ୍ଥିତ ବଜାର ଇଣ୍ଡିଆରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ।

ଏନେଇ ସାରସକଣା ବିଧାୟକ ବୁଢାନ ମୁର୍ମୁ କହିଛନ୍ତି, "ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ଆୟୋଜିତ ସମାବର୍ତ୍ତନ ଉତ୍ସବ ପରିଚାଳନାରେ ବହୁ ଅବହେଳା ହୋଇଥିଲା । ମହାମହିମଙ୍କ ଅଭିଭାଷଣ ବେଳେ ଦୀର୍ଘ ୯ ମିନିଟ ଧରି ଅନ୍ଧାର ହେବା ଘଟଣା ଜିଲ୍ଲା ପ୍ରଶାସନର ପାରିବା ପଣିଆକୁ ପଦାରେ ପକାଇଛି । ତା' ସହିତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ସଠିକ ନଥିଲା । ତେବେ ରାଷ୍ଟ୍ରପତିଙ୍କ ପ୍ରତି ଏତେ ବଡ଼ ଅସମ୍ମାନ ହୋଇଥିବା ବେଳେ ଦୀର୍ଘ ୭ ଦିନ ବିତି ଯାଇଥିଲେ ସୁଦ୍ଧା ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି । ଯାହାକୁ ବିଜେପି ଘୋର ନିନ୍ଦା କରୁଛି ।" ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି କାନ୍ଦ୍ରା ସରେନ, ବାରିପଦା ବିଧାୟକ ପ୍ରକାଶ ସରେନ, ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ, ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.