ETV Bharat / state

ବିଜୁବାବୁଙ୍କ ପୁଣ୍ୟତିଥିରେ ରକ୍ତଦାନ କରିବାକୁ ବିଜେଡି କର୍ମୀଙ୍କ ନିଷ୍ପତ୍ତି - ରକ୍ତ ସଙ୍କଟ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ସ୍ବର୍ଗତ ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ ନିରାଡମ୍ବରରେ ପାଳନ କରାଯାଇଛି । ଏହାସହ ରାଇରଙ୍ଗପୁରରେ ରକ୍ତଦାନ ଶିବିର 'ଜୀବନ ବିନ୍ଦୁ' କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଅଧିକ ପଢନ୍ତୁ...

Bijubabu's death anniversary celebrated in rairangpur
ରକ୍ତ ସଙ୍କଟ: ପ୍ରତି ସପ୍ତାହରେ ରକ୍ତଦାନ କରିବାକୁ ବିଜେଡି କର୍ମୀଙ୍କ ନିଷ୍ପତ୍ତି
author img

By

Published : Apr 17, 2020, 8:50 PM IST

ରାଇରଙ୍ଗପୁର: ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶୁକ୍ରବାର ଥିଲା 23ତମ ଶ୍ରାଦ୍ଧବାର୍ଷିକୀ । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ସ୍ବର୍ଗତ ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ ନିରାଡମ୍ବରରେ ପାଳନ କରାଯାଇଛି ।

କୋରୋନା ଯୋଗୁଁ ସାରା ରାଜ୍ୟ ଲକଡାଉନ ଥିବା ବେଳେ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ଶ୍ରାଦ୍ଧବାର୍ଷିକୀ ପାଳନ ହୋଇଥିଲା । ଏହାସହ ରାଇରଙ୍ଗପୁରରେ ରକ୍ତଦାନ ଶିବିର 'ଜୀବନ ବିନ୍ଦୁ' କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ରକ୍ତ ସଙ୍କଟ: ପ୍ରତି ସପ୍ତାହରେ ରକ୍ତଦାନ କରିବାକୁ ବିଜେଡି କର୍ମୀଙ୍କ ନିଷ୍ପତ୍ତି

ଲକଡାଉନ ଯୋଗୁଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ରକ୍ତର ଘୋର ଅଭାବ ଦେଖା ଦେଇଛି । ତେଣୁ ଏହି ଅଭାବକୁ ଦୂର କରିବାକୁ ପ୍ରତ୍ୟେକ ସପ୍ତାହ 20 ଜଣ ବିଜେଡି କର୍ମୀ ରକ୍ତଦାନ କରିବାକୁ ନିଷ୍ପତ୍ତି ନେଇଛି ମୟୂରଭଞ୍ଜ ଜିଲ୍ଲା ବିଜେଡି ସଦର କମିଟି । ଲକଡାଉନ ପାଳନ ସହ ରକ୍ତର ଅଭାବକୁ କିଭଳି ଏଡାଇ ଦିଆ‌ଯାଇ ପାରିବ ଏବଂ ଅଧିକ ଭିଡ ନ କରି ପ୍ରତ୍ୟେକ ସପ୍ତାହରେ 20 ଜଣ କର୍ମୀ ଡାକ୍ତରଖାନାରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବେ ବୋଲି ସୂଚନା ଦେଇଛନ୍ତି ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ ।

ରକ୍ତଦାନ ଭଳି ଏକ ମହତ ଦାନ । ଏଥିପାଇଁ ସ୍ବେଚ୍ଛାକୃତ ଭାବେ ଆଗେଇ ଆସିବା ପାଇଁ କର୍ମୀଙ୍କୁ ଉତ୍ସାହିତ କରିବା ସହ ଖୋଦ ରାଜ୍ୟସଭା ସାଂସଦ ମମତା ମହାନ୍ତ ଏଥିରେ ସାମିଲ ହୋଇଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.