ETV Bharat / state

କରଜ ଟଙ୍କା ନ ସୁଝିବାରୁ ଭାଇବୋହୂକୁ ଠେଙ୍ଗାରେ ପିଟିପିଟି ମାରିଦେଲା ଦେଢ଼ଶୂର

author img

By

Published : Apr 7, 2021, 7:33 AM IST

ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଝାଟିସିରିଙ୍ଗ ଗ୍ରାମରେ ଅଭାବନୀୟ ଘଟଣା । କରଜ କରିଥିବା ଟଙ୍କା ନ ସୁଝିବାରୁ ଭାଇବୋହୂକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି ଦେଢ଼ଶୂର। ଅଧିକ ପଢନ୍ତୁ...

Bigbrother in law murder brothers wife in rairangpur
କରଜ ଟଙ୍କା ନ ସୁଝିବାରୁ ଭାଇବୋହୂକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ଦେଢ଼ଶୁର

ରାଇରଙ୍ଗପୁର: କରଜ ଟଙ୍କାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ସାମାନ୍ୟ କରଜ କରିଥିବା ଟଙ୍କା ନ ସୁଝିବାରୁ ଭାଇବୋହୂକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ଦେଢ଼ଶୂର। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଝାଟିସିରିଙ୍ଗ ଗ୍ରାମରେ । ମୃତ ମହିଳା ଜଣକ ସେହି ଗ୍ରାମର ନନ୍ଦୀନି ଗୁଇୟା ବୋଲି ଜଣାପଡିଛି। ହତ୍ୟା ଅଭିଯୋଗରେ ଅଭିଯୁକ୍ତ ଦେଢଶୂରକୁ ଗିରଫ କରିଛି ପୋଲିସ।

ସୂଚନା ଅନୁଯାୟୀ, ନନ୍ଦିନୀର ସ୍ବାମୀ ତାଙ୍କ ବଡ଼ଭାଇ ପାଖରୁ ଏକ ଲକ୍ଷ ଟଙ୍କା ହାତ ଉଧାର ନେଇଥିଲେ କିନ୍ତୁ ଦୀର୍ଘଦିନ ପରେ ମଧ୍ୟ ଧାର ଟଙ୍କା ପରିଶୋଧ କରି ପାରିନଥିଲେ। ଏହାକୁ ନେଇ ଦୁଇଭାଇ ମଧ୍ୟରେ ପ୍ରାୟ ପାଟିତୁଣ୍ଡ ହେଉଥିଲା। ଗତକାଲି ନନ୍ଦିନୀର ସ୍ବାମୀ କାମକୁ ଯାଇଥିଲା ବେଳେ ନନ୍ଦିନୀ ଏକୁଟିଆ ଘରେ ଶୋଇଥିବା ଦେଖି ଦେଢଶୂର ବାଉଁଶ ଠେଙ୍ଗାରେ ପିଟିପିଟି ମାରିଦେଇଥିଲା। ନନ୍ଦିନୀର ସ୍ବାମୀ କାମରୁ ଫେରି ନନ୍ଦିନୀକୁ ମୃତ ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ।

ବାଦାମପାହାଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ଦେଢଶୂର ସାଗର ଗୁଇୟାକୁ ଗିରଫ କରିଛି। ତୁରନ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.