ETV Bharat / state

‘ଫନି’ ସହାୟତା ପାଇଁ ହିତାଧିକାରୀଙ୍କ ମାଷ୍ଟର ପ୍ଲାନ - peoples

ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଛାତନା ଗାଁରେ ‘ଫନି’ ସହାୟତା ପାଇବା ପାଇଁ ଆଗୁଆ ଘର ଭାଙ୍ଗିଲେ ହିତାଧିକାରୀ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ମୟୁରଭଞ୍ଜ
author img

By

Published : May 10, 2019, 2:34 PM IST

ମୟୁରଭଞ୍ଜ: ବାତ୍ୟା ଫନି ପ୍ରଭାବ ସାରା ରାଜ୍ୟରେ ପଡିଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଛାତନା ଗାଁରେ ଫନି ଆଗରୁ ଏହାର ପ୍ରଭାବ ପଡିଛି । କଥାଟା ଟିକେ ଅଖାଡୁଆ ଲାଗିଥାଇପାରେ କିନ୍ତୁ ପ୍ରକୃତରେ ଏହା ସତ ଅଟେ । ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଛାତନା ଗାଁରେ ଫନି ଆଗରୁ ପ୍ରଭାବ ପଢିଥିବାର ଦେଖିବାକୁ ମିଳିଥିଲା । ଆଉ ଏହି ପ୍ରଭାବ ବାତ୍ୟା ଫନି ନୁହେଁ ବରଂ ନିଜେ ଛାତନା ଗାଁର ହିତାଧିକାରୀ ପକାଇଥିଲେ ।

ସୂଚନା ଅନୁଯାୟୀ, ୨୦୧୫-୧୬ ଆର୍ଥିକ ବର୍ଷରେ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଛାତନା ଗାଁର ହିତାଧିକାରୀମାନେ ସରକାରଙ୍କ ଠାରୁ ବିଜୁ ପକ୍କା ଘର ଯୋଜନାରେ ଗୃହ ନିର୍ମାଣ କରିଥିଲେ । କିନ୍ତୁ ବାତ୍ୟା ଫନି ପରେ ସରକାରଙ୍କଠାରୁ ଫାଇଦା ନେବାପାଇଁ ପଛଘୁଞ୍ଚା ଦେଇନାହାଁନ୍ତି ଏହି ହିତାଧିକାରୀ । ଯାହାଫଳରେ ‘ଫନି’ ସହାୟତା ପାଇବା ପାଇଁ ଆଗୁଆ ନିଜ ଘର କବାଟ ଝରକା ଖୋଲିବା ସହ ଆଦବେଷ୍ଟର ବି କାଢିନେଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ମୟୁରଭଞ୍ଜ

ଏପଟେ ଏହି ଘଟଣା ଜାଣିବା ପରେ ଘଟଣାର ତଦନ୍ତ କରାଯିବା ନେଇ କହିଛନ୍ତି ରାସଗୋବିନ୍ଦପୁର ବ୍ଲକର ବିଡିଓ ଲଳିତ କୁମାର ସୋରେନ । ଏଥିସହ ପରବର୍ତ୍ତୀ ସମୟରେ ହିତାଧୀକାରୀ ଘର ପାଇଁ ଆବେଦନ କଲେ ଆଉ ଘର ଦିଆଯିବ ନାହିଁ ବୋଲି କହିଛନ୍ତି ସେ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

SLUG.. ଅଜଣା ଗାଡି ଧକ୍କାରେ ବାପ ଝିଅ ମୃତ।
Format.. AVO
Reporter.Badsah Jusman Rana.
Date.07.05.2019
Place. Sambalpur

Anchor.. ଅଜଣା ଗାଡି ଧକ୍କାରେ ବାପ ଝିଅ ମୃତ।ମିଳିଥିବା ସୂଚନା ଆଧାରରେ 55 ନମ୍ବର ଜାତୀୟ ରାଜପଥ ଜୁଜମୁରା ନିକଟସ୍ଥ ଗୋପାଳ ଢ଼ାବା ଠାରେ ଏକ ଅଜଣା ଗାଡି ଦ୍ୱାରା ଧକ୍କାରେ ବାପ ଝିଅ ଙ୍କର ମୃତ୍ୟୁ ଘଟିଛି।ମୃତକ ଦୁଇଜଣ ହେଲେ ଲିପିଣ୍ଡା ଗ୍ରାମ ର ବିଜୟ ପ୍ରଧାନ(50)ଓ ରିତା ପ୍ରଧାନ(27)|ଆଜି ସକାଳେ ମୃତକ ବିଜୟ ପ୍ରଧାନ ଏକ ମୋଟର ସାଇକେଲ ଯୋଗେ ନିଜର ଅବିବାହିତ ଝିଅ ରିତାକୁ ସମ୍ବଲପୁର ମୁଖ୍ୟ ଡାକ୍ତର ଖାନା ଚିକିତ୍ସା କରାଇବାକୁ ଆଣିଥିଲେ।ଏଠାରୁ ଫେରିବା ବାଟରେ ଏକ ଅଜଣା ଦ୍ରୁତଗାମୀଗାଡି  ତାଙ୍କୁ ଗୋପାଳ ଢ଼ାବା ଠାରେ ଧକ୍କା ଦେଇଥିଲା।ଫଳରେ ଘଟଣା ସ୍ଥଳରେ ବାପ ଝିଅଙ୍କର ମୃତ୍ୟୁ ଘଟିଥିଲା।ପରେ ପୋଲିସ ଖବର ପାଇ ମୃତ ଦେହକୁ ପୋଷ୍ଟମୋର୍ଟାମ ପାଇଁ ପଠାଇଥିବା ସହ ଦୁର୍ଘଟଣା ଗ୍ରସ୍ତ ମୋଟର ସାଇକେଲ କୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି।

ଭିଜୁଆଲ WhatsApp ରେ ପଡ଼ିଛ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.