ETV Bharat / state

ଝରାଫୁଲକୁ ନ୍ୟାୟ ଦାବିରେ ଭଞ୍ଜସେନାର କ୍ୟାଣ୍ଡେଲ ଶୋଭାଯାତ୍ରା

author img

By

Published : Jan 30, 2021, 7:32 AM IST

ଝରାଫୁଲଙ୍କୁ ହତ୍ୟା କରି ଫିଙ୍ଗିଦେବା ଘଟଣାରେ ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଶୁକ୍ରବାର ଭଞ୍ଜସେନା ପକ୍ଷରୁ ବାରିପଦାରେ କ୍ୟାଣ୍ଡେଲ ଶୋଭାଯାତ୍ରା । ଅଧିକ ପଢନ୍ତୁ...

ଝରାଫୁଲକୁ ନ୍ୟାୟ ଦାବିରେ ଭଞ୍ଜସେନାର କ୍ୟାଣ୍ଡେଲ ଶୋଭାଯାତ୍ରା
ଝରାଫୁଲକୁ ନ୍ୟାୟ ଦାବିରେ ଭଞ୍ଜସେନାର କ୍ୟାଣ୍ଡେଲ ଶୋଭାଯାତ୍ରା

ବାରିପଦା: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀ ଝରାଫୁଲଙ୍କୁ ହତ୍ୟାକରି ଫିଙ୍ଗିଦେବା ଘଟଣା । ଅପରାଧୀଙ୍କ ବିରୋଧରେ ଦୃଢ କର୍ଯ୍ୟାନୁଷ୍ଠାନ ଦାବି କରି ଶୁକ୍ରବାର ଭଞ୍ଜସେନା ପକ୍ଷରୁ ବାରିପଦାରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ବୁନ୍ଦେଇପୋଷି ଗ୍ରାମର ହେଉଛନ୍ତି ଝରାଫୁଲ ନାୟକ । ଯିଏକି ଭୁବନେଶ୍ବରସ୍ଥିତ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀ । ଯାହାଙ୍କୁ ହତ୍ୟା କରି ଯାଜପୁର ଜିଲ୍ଲା ମୂଳାପାଳ ଛକ ନିକଟ ରାସ୍ତା କଡରେ ଫୋପାଡି ଦିଆଯାଇଥିଲା।

ଦୁଇଜଣ ଯୁବକ ଏକ ସ୍କୁଟିରେ ମୃତଦେହ ଆଣି ରାସ୍ତା କଡରେ ଫିଙ୍ଗି ଦେଇ ଯିବାର ଦୃଶ୍ୟ ସିସିଟିଭି ଫୁଟେଜ ଦ୍ବାରା ଜଣାପଡିଥିଲା। ତେବେ ମୟୂରଭଞ୍ଜ ଝିଅ ଝରାଫୁଲକୁ ନ୍ୟାୟ ଦେବା ସହ ଦୋଷୀକୁ ଚିହ୍ନଟ କରି ଫାଶୀ ଦେବାକୁ ଦାବି କରିଛି ଭଞ୍ଜସେନା। ଏନେଇ ଜିଲ୍ଲାର ଅଣ ରାଜନୈତିକ ସଂଗଠନ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଝରାଫୁଲକୁ ଶ୍ରଦ୍ଧାଞ୍ଜଳି ଦେବା ସହ ନ୍ୟାୟ ପାଇଁ ବାରିପଦା ବଡ ଜଗନ୍ନାଥ ମନ୍ଦିର ନିକଟରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.