ETV Bharat / state

ସ୍କୁଲ ସୌନ୍ଦର୍ଯ୍ୟକରଣ: ଟେଣ୍ଡର ମାଧ୍ୟମରେ କରିବାକୁ ଭଞ୍ଜସେନାର ଦାବି - ସ୍କୁଲ ସୌନ୍ଦର୍ଯ୍ୟକରଣ ଟେଣ୍ଡରକୁ ଦେବା ଦାବିରେ ଭଞ୍ଜସେନାର ବିକ୍ଷୋଭ

ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହେବ ସ୍କୁଲ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ । ଏହି କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ କରିବା ଦାବିରେ ଭଞ୍ଜସେନା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରିଛି ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

ସ୍କୁଲ ସୌନ୍ଦର୍ଯ୍ୟକରଣ: ଟେଣ୍ଡର ମାଧ୍ୟମରେ କରିବା ଦାବିରେ ଭଞ୍ଜସେନାର ବିକ୍ଷୋଭ

author img

By

Published : Dec 18, 2021, 7:32 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ମଧ୍ୟରେ 5-T ଯୋଜନାରେ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହେବାକୁ ଯାଉଛି । ତେବେ ଏହି କାର୍ଯ୍ୟଗୁଡ଼ିକୁ ଟେଣ୍ଡର ମାଧ୍ୟମରେ କରିବା ଦାବିରେ ଜିଲ୍ଲାର ଅଣ ରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସ୍କୁଲ ସୌନ୍ଦର୍ଯ୍ୟକରଣ: ଟେଣ୍ଡର ମାଧ୍ୟମରେ କରିବା ଦାବିରେ ଭଞ୍ଜସେନାର ବିକ୍ଷୋଭ

ଯଦି ଟେଣ୍ଡର ବିନା, କାର୍ଯ୍ୟ ଦେବାର ନିଷ୍ପତ୍ତି ନିଆଯାଏ ତେବେ କାର୍ଯ୍ୟ ହେଉଥିବା ବ୍ଲକ, ମ୍ୟୁନସିପାଲିଟି, NAC ଅଞ୍ଚଳର ଯୁବ ଠିକାଦାର ମାନଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟି ଦେବା ଦାବି ନେଇ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରାଯାଇଛି। ଜିଲ୍ଲା ପ୍ରଶାସନ ଓ କିଛି ଅସାଧୁ କଣ୍ଟ୍ରାକ୍ଟରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ପାଇଁ ଜିଲ୍ଲାର ଅନେକ ବେକାର ଯୁବକ ଯେଉଁମାନେ ଛୋଟ ଛୋଟ କଣ୍ଟ୍ରାକଟର କରୁଛନ୍ତି ସେମାନେ କୌଣସି ଭଲ କାର୍ଯ୍ୟ ପାଉନାହାଁନ୍ତି ।

ତେବେ ଆଗାମୀ ଦିନରେ ଯଦି ଟେଣ୍ଡର ପ୍ରକ୍ରିୟା ନ କରାଯାଇ ବିନା ଟେଣ୍ଡରରେ କୌଣସି କାର୍ଯ୍ୟ କରାଯାଏ ତେବେ ଭଞ୍ଜସେନା ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଭଞ୍ଜସେନା ଅଧ୍ୟକ୍ଷ ପିଣ୍ଟୁ ମାଇତି କହିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.