ETV Bharat / state

ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷା ଦାବିରେ ଭଞ୍ଜସେନାର ବିକ୍ଷୋଭ - mayurbhanj similipalo santuaty

ମୟୂରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଅଭୟାରଣ୍ୟରେ ବାରମ୍ବାର ହାତୀ ଓ ବାଘ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ସହ ସୁରକ୍ଷା ଦାବିରେ ଶୁକ୍ରବାର ଭଞ୍ଜସେନା ପକ୍ଷରୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଅଧିକ ପଢନ୍ତୁ...

similipalo santuaty protection
ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷା ଦାବିରେ ଭଞ୍ଜସେନା ବିକ୍ଷୋଭ
author img

By

Published : Feb 5, 2021, 10:56 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଅଣରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ ଦାବି ନେଇ ଅଫିସ ଘେରାଉ କରାଯାଇଛି ।

ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷା ଦାବିରେ ଭଞ୍ଜସେନା ବିକ୍ଷୋଭ

ବିଶ୍ବ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ବିଭାଗ ଜ୍ଞାତ ସାରରେ ପ୍ରତିଦିନ ହାତୀ ଓ ବାଘ ଶିକାର ହେଉଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ଏବଂ ବନବିଭାଗ ଦାୟିତ୍ବରେ ଥିବା ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଏଠାରୁ ତୁରନ୍ତ ବଦଳି କରିବା । ଏହା ସହିତ ବେଆଇନ ଭାବେ ମୂଲ୍ୟବାନ ଗଛ କାଟି ଜଙ୍ଗଲ ନଷ୍ଟ କରୁଥିବା ଦୋଷୀକୁ କଠୋର ଦଣ୍ଡ ବିଧାନ କରିବା ପାଇଁ ଦାବି କରିଥିଲେ । ଏହା ସହିତ ଶିମିଳିପାଳକୁ ସୁରକ୍ଷା ପ୍ରଦାନ କରୁଥିବା ମହେନ୍ଦ୍ର ଓ ରାଜକୁମାର ନାମକ ହାତୀ ଅନୁଗୁଳ ସାତକୋଶିଆରୁ କେବେ ଆମ ଜିଲ୍ଲାକୁ ଫେରାଇ ଅଣାଯିବ ସେନେଇ ପ୍ରଶ୍ନ ଉଠାଇଥିଲେ ।

ତେବେ ଯେ ପର୍ଯ୍ୟନ୍ତ ଏହାର କୌଣସି ପ୍ରକାର ସମାଧାନ ପାଇଁ ପଦକ୍ଷେପ ନ ନେଇଛନ୍ତି ସେତେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଆଗକୁ ଆହୁରି ଜୋରଦାର କରାଯିବ ବୋଲି ଭଞ୍ଜସେନା ପକ୍ଷରୁ କୁହାଯାଇଛି । ତେବେ ଏନେଇ ବନ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବ ଏବଂ ମହେନ୍ଦ୍ର ଓ ରାଜକୁମାର ହାତୀ ଦୁଇଟିକୁ ସରକାରଙ୍କ ନିଷ୍ପତ୍ତି କ୍ରମେ ଫେରାଇ ଅଣାଯିବ ବୋଲି କହିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ କହିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.