ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହିଦ ଭବନରେ ଉତ୍କଳ ଗୌରବ ମଧୁସୂଦନ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ନ୍ୟାୟାଳୟର ବିଚାରପତି ଦେବବ୍ରତ ଦାସ ଯୋଗ ଦେଇଥିଲେ ।
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଢିବା ପାଇଁ ରାତି ଦିନ ଏକ କରି ସଂଗ୍ରାମ କରିଥିଲେ ବୀରପୁତ୍ର ମଧୁସୂଦନ ଦାସ । ସେ ଏକାଧାରାରେ ଜଣେ ଓକିଲ, ସାମ୍ବାଦିକ, ରାଜନୀତିଜ୍ଞ, ସମାଜସେବକ ଥିଲେ । ତାଙ୍କର ଜୟନ୍ତୀକୁ ମହାସମାରୋହରେ ପାଳନ କରିଛି ବାରିପଦା ଓକିଲ ସଙ୍ଘ ।
ସମାରୋହରେ ଆଇନଜୀବୀ ଶ୍ରୀନିବାସ ପ୍ରଧାନ ଏବଂ ଧୀରେନ୍ଦ୍ର ମୋହନ ପଣ୍ଡାଙ୍କୁ ଉଚ୍ଚ ନ୍ୟାୟାଳୟ ବିଚାରପତି ସମ୍ମାନିତ କରିଛନ୍ତି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସମେତ ଜିଲ୍ଲାର ଚାରି ଉପଖଣ୍ଡ ବାରିପଦା, କପ୍ତିପଦା, ବାମନଘାଟି, ପାଞ୍ଚପିଢ଼ିର ଆଇନଜୀବୀ ଯୋଗଦେଇଥିଲେ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ