ETV Bharat / state

ସହକାରୀ ଯନ୍ତ୍ରୀଙ୍କୁ ଆକ୍ରମଣ କରି ବିଜେପି ବିଧାୟକଙ୍କ ପ୍ରତିନିଧି ଗିରଫ

author img

By

Published : Oct 1, 2021, 9:52 PM IST

Updated : Oct 1, 2021, 10:08 PM IST

ଆଦିବାସୀ ଉନ୍ନୟନ ସମନ୍ବୟ ସଂସ୍ଥା କାର୍ଯ୍ୟାଳୟ ଭିତରେ ସହକାରୀ ଯନ୍ତ୍ରୀଙ୍କୁ ଆକ୍ରମଣ କରି ସାରସକଣା ବିଧାୟକଙ୍କ ପ୍ରତିନିଧି ବିଶ୍ଵଜିତ ହାୱାଡା ଗିରଫ। ଅଧିକ ପଢନ୍ତୁ.....

Bapipada town police arrest a BJP worker for attacking an assistant engineer
ସହକାରୀ ଯନ୍ତ୍ରୀଙ୍କୁ ଆକ୍ରମଣ କରି ବିଜେପି ବିଧାୟକଙ୍କ ପ୍ରତିନିଧି ଗିରଫ

ବାରିପଦା: ଆଦିବାସୀ ଉନ୍ନୟନ ସମନ୍ବୟ ସଂସ୍ଥା କାର୍ଯ୍ୟାଳୟ ଭିତରେ ସହକାରୀ ଯନ୍ତ୍ରୀଙ୍କୁ ଆକ୍ରମଣ କରି ସାରସକଣା ବିଧାୟକଙ୍କ ପ୍ରତିନିଧି ବିଶ୍ଵଜିତ ହାୱାଡା ଗିରଫ। ସହକାରୀ ଯନ୍ତ୍ରୀ ଲମ୍ବୋଦର ମାଝୀଙ୍କ ଅଭିଯୋଗ କ୍ରମେ ବିଶ୍ଵଜିତ ହାୱାଡାଙ୍କୁ ଗିରଫ କରିଛି ବାରିପଦା ଟାଉନ ଥାନା ପୋଲିସ।

ସୂଚନା ଅନୁଯାୟୀ ବିଧାୟକଙ୍କ ପ୍ରତିନିଧି ଜଣକ ଠିକାଦାର କାର୍ଯ୍ୟ କରନ୍ତି। ବିଭାଗର ସହକାରୀ ଯନ୍ତ୍ରୀ ଲମ୍ବୋଦର ମାଝୀଙ୍କ ଅଭିଯୋଗ ଅନୁସାରେ କାର୍ଯ୍ୟାଳୟ ମଧ୍ୟରେ ସେ କାର୍ଯ୍ୟ କରୁଥିବା ସମୟରେ କଣ୍ଟାପାଳ ଅଞ୍ଚଳର ଠିକାଦାର ବିଶ୍ଵଜିତ ହାୱାଡା ଟଣା ଓଟରା କରି ପଛ ପଟୁ ଧକ୍କା ଦେଇଥିଲେ । କେବଳ ସେତିକି ନୁହେଁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ତଳେ ପକାଇ ଦେଇଥିଲେ ।

ଏଥିସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ଥାନାରେ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ସହକାରୀ ଯନ୍ତ୍ରୀ ଲମ୍ବୋଦର ମାଝୀ। ବାରିପଦା ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରି ଅଭିଯୁକ୍ତ ଠିକାଦାରଙ୍କୁ ଥାନାରେ ଅଟକ ରଖିବା ପରେ ଗିରଫ କରିଛନ୍ତି।

ସେପଟେ ସହକାରୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । କିନ୍ତୁ ଠିକାଦାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିଛି। ଠିକାଦାରଙ୍କ ଅଭିଯୋଗ ଅନୁସାରେ ସେ କରିଥିବା ଭାଲକୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜାମଷୋଳ ଗ୍ରାମରେ ୩ଲକ୍ଷ ଟଙ୍କାର କାର୍ଯ୍ୟ ୨୦୨୦ ଡିସେମ୍ବରରେ ସମାପ୍ତ ହୋଇଥିଲା। ଏହି କାମର ବିଲ ମାଗି ମାଗି ନୟାନ୍ତ ହେବା ସତ୍ତ୍ବେ ବିଫଳ ହେଉଥିଲେ ।

ଘଟଣାଦିନ ବିଲ କରିବା ପାଇଁ କହିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଠିକାଦାର ୨୦୧୯ ମସିହାରେ ଏସ.ଡି.ସିର କଣ୍ଟାପାଳ ଓ ଇଗ୍ରାପାଳ ଅଞ୍ଚଳରେ ୮ ଲକ୍ଷ ଟଙ୍କାର କାମର ବିଲ୍‌ ବଦଳରେ ୬ଲକ୍ଷ ୨୦ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ୨୦୨୦ ମସିହାର ତିନି ଲକ୍ଷ ଓ ୨୦୧୯ ମସିହାର ୧ଲକ୍ଷ ୮୦ହଜାର ଟଙ୍କା ମାଗିବାରୁ ସହକାରୀ ଯନ୍ତ୍ରୀ ମାଝୀ ଟଙ୍କା ନଦେଇ ଦୁର୍ବ୍ୟବହାର କରିଥିବା ପାଲଟା ଅଭିଯୋଗ କରିଛନ୍ତି। ତେବେ ବାରିପଦାର ଆଇଟିଡିଏରେ ଦୁର୍ନୀତିର ଗନ୍ଧ ବାରି ହୋଇ ପଡୁଥିବା ବେଳେ ଉଚ୍ଚ ତଦନ୍ତ ଜରୁରୀ ହୋଇ ପଡିଛି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Oct 1, 2021, 10:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.