ରାଇରଙ୍ଗପୁର: ବିଭିନ୍ନ ଦାବି ନେଇ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ମଧ୍ୟ ବିଭିନ୍ନ ଦାବି ନେଇ ବ୍ୟାଙ୍କ କର୍ମଚାରୀମାନଙ୍କ ଶୁକ୍ରବାର ଦୁଇ ଦିନିଆ ଧର୍ମଘଟ କରୁଛନ୍ତି।
ରାଇରଙ୍ଗପୁର ଷ୍ଟେଟବ୍ୟାଙ୍କ ସମ୍ମୁଖରେ ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ ୟୁନିଅନ ଅଧିନରେ ଥିବା ସମସ୍ତ ବ୍ୟାଙ୍କର କର୍ମଚାରୀମାନେ ଏକତ୍ରିତ ହୋଇ ଧର୍ମଘଟ କରୁଛନ୍ତି। ଆସନ୍ତା ମାର୍ଚ୍ଚ ମାସରେ ମଧ୍ୟ ତିନି ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଥିବା ବେଳେ ଇଣ୍ଡିଆନ ବ୍ୟାଙ୍କ ସଂଘ ଦାବି ପୂରଣ ଦିଗରେ ଦୃଷ୍ଟି ଆକର୍ଷଣ ନ କଲେ ଏପ୍ରିଲ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ବ୍ୟାଙ୍କ ବନ୍ଦ କରାଯିବାର ନିଷ୍ପତ୍ତି ନିଆଯାଇଛି । ଯାହା ପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ବ୍ୟାଙ୍କ ଫୋରମ।
ତେବେ ସରସ୍ବତୀ ପୂଜା ଛୁଟିରୁ ଲଗାତାର ୪ଦିନ ଧରି ବ୍ୟାଙ୍କ ଛୁଟି ହେବାରୁ କାରବାର ବାଧାପ୍ରାପ୍ତ ହୋଇଥିବା ବେଳେ ଗ୍ରାହକ ମଧ୍ୟ ହନ୍ତସନ୍ତ ହେଉଥିବା ଦେଖାଯାଉଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ