ETV Bharat / state

ରାଇରଙ୍ଗପୁର ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ - ରାଇରଙ୍ଗପୁରରେ ୭୩ତମ ବନମହୋତ୍ସବ

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବାଦାମପାହାଡ ବନାଞ୍ଚଳ ପକ୍ଷରୁ ୭୩ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ

ରାଇରଙ୍ଗପୁର ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

author img

By

Published : Jul 7, 2022, 4:24 PM IST

ମୟୁରଭଞ୍ଜ: ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବାଦାମପାହାଡ ବନାଞ୍ଚଳ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ସ୍କୁଲ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟରେ ୭୩ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଡିଏଫଓ ନଳିନୀକାନ୍ତ ବେହେରା ଯୋଗ ଦେଇଥିବା ବେଳେ ବାଦାମପାହାଡ ରେଞ୍ଜ ଅଧିକାରୀ ରମାକାନ୍ତ ମାଝୀଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀଙ୍କୁ ବୃକ୍ଷରୋପଣ ଓ ଜଙ୍ଗଲ ସୁରକ୍ଷା ପ୍ରତି ସଚେତନ ହେବାକୁ ଆହ୍ବାନ ଦିଆଯାଇଥିଲା ।

ରାଇରଙ୍ଗପୁର ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ପ୍ରଥମେ ଅତିଥିମାନେ ବିଦ୍ୟାଳୟ ପରିସରରେ ଓ ଦ୍ରୌପଦୀଙ୍କ ଦୁଇ ପୁଅ ଓ ସ୍ବାମୀଙ୍କ ପ୍ରତିମୂର୍ତ୍ତି ନିକଟରେ ଅଶୋକ ବୃକ୍ଷ ରୋପଣ କରାଯାଇଥିଲା । ଏହାସହ ଅତିଥି ମାନଙ୍କ ମଧ୍ୟରେ କୁସୁମୀ ବିଡ଼ିଓ ଲକ୍ଷ୍ମଣ ଚନ୍ଦ୍ର ସୋରେନ, କୁସୁମୀ ତହସିଲଦାର ଓ ଅତିରିକ୍ତ ତହସିଲଦାର, ବ୍ଲକ ଚେୟାରମେନ ମାଦେ ପୁର୍ତ୍ତି ଓ ତଲକପୋଖରୀ ସରପଞ୍ଚ ରୁକ୍ମିଣୀ ମୁର୍ମୁ ପ୍ରମୁଖ ଏହି ବନମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.