ETV Bharat / state

ସଙ୍କଟରେ ବାଉଁଶ କାରିଗରଙ୍କ ବେଉସା, ଭୋକ ଉପାସରେ କଟୁଛି ଦିନ

author img

By

Published : May 14, 2020, 3:07 PM IST

ମୟୂରଭଞ୍ଜ ଜିଲ୍ଲା ବଣଜଙ୍ଗଲ ପାହାଡ ଘେରାରେ ରହୁଛନ୍ତି ଆଦିବାସୀ ବହୁଳ ବାଉଁଶ କାରିଗର । ଲକଡାଉନ ଏବେ ବାଉଁଶ କାରିଗରଙ୍କୁ ଦୁର୍ଦ୍ଦିନକୁ ଠେଲି ଦେଇଛି । ନା ଗ୍ରାହକ ଆସୁଛନ୍ତି । ନା ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେଉ ପାରୁଛି । ଫଳରେ ଭୋକ ଉପାସରେ କାଟୁଛନ୍ତି ଦିନ । ଅଧିକ ପଢନ୍ତୁ...

Bamboo workers on problem
ସଙ୍କଟରେ ବାଉଁଶ କରିଗରଙ୍କ ବେଉସା, ଭୋକ ଉପାସରେ କଟୁଛି ଦିନ

ବାରିପଦା: ଅଦୃଶ୍ୟ ମହାମାରୀ କୋରୋନାରେ ଏବେ ସମସ୍ତେ ଆତଙ୍କିତ । କେଉଁଠି ଲକଡାଉନ ତ କେଉଁଠି ସଟଡାଉନ । ଆଉ ଏହାର ସିଧା ସଳଖ ପ୍ରଭାବ ପଡିଛି ଖଟିଖିଆ ଗରିବ ମଧ୍ୟବିତ୍ତ ପରିବାର ଉପରେ । ଆମେ କହୁଛୁ ବଣଜଙ୍ଗଲ ପାହାଡ ଘେରା ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ବାଉଁଶ କାରିଗରଙ୍କ କଥା । ବିକ୍ରି ପାଇଁ ତିଆରି କରିଛନ୍ତି ପାଛିଆ, କୁଲା, ଡାଲା, ଝାଡୁ । କିନ୍ତୁ ବିକ୍ରି ନହୋଇ ଘରେ ଗଦା ହୋଇଛି । କାରଣ ଏବେ ହାଟ ବନ୍ଦ ବଜାର ବନ୍ଦ । ଆସୁ ନାହାଁନ୍ତି ଗ୍ରାହକ । ଜିଲ୍ଲାକୁ ଗ୍ରୀନ ଜୋନ ଘୋଷଣା ପରେ ବି ବେପାର ନାହିଁ, ଦୁର୍ଦ୍ଦିନରେ କାଳତିପାତ କରୁଛନ୍ତି ବାଉଁଶ କାରିଗରଙ୍କ ପରିବାର ।

ସଙ୍କଟରେ ବାଉଁଶ କାରିଗରଙ୍କ ବେଉସା, ଭୋକ ଉପାସରେ କଟୁଛି ଦିନ

ମୟୂରଭଞ୍ଜ ଜିଲ୍ଲାର ୨୬ ଟି ବ୍ଲକରେ ବସବାସ କରୁଛନ୍ତି ହଜାର ହଜାର ବାଉଁଶ କାରିଗର । ସମସ୍ତେ ବାଉଁଶରେ ତିଆରି ବିଭିନ୍ନ ସମାଗ୍ରୀ ପ୍ରସ୍ତୁତକରି ପେଟ ପରିବାର ପ୍ରତିପୋଷଣ କରିଥାନ୍ତି । ହେଲେ ବର୍ତ୍ତମାନର ଲକଡାଉନ ଏବେ ବାଉଁଶ କାରିଗରଙ୍କୁ ଦୁର୍ଦ୍ଦିନକୁ ଠେଲି ଦେଇଛି । ନା ଗ୍ରାହକ ଆସୁଛନ୍ତି, ନା ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେଇପାରୁଛି । ସରକାରଙ୍କ ଠାରୁ ମିଳିଥିବା ସହାୟତା ସରିଯାଇଥିବା ବେଳେ ଆଗକୁ କେମିତି ଚୂଲି ଜଳିବ ସେଥିପାଇଁ ଚିନ୍ତାରେ ବାଉଁଶ କାରିଗରଙ୍କ ପରିବାର । ତାଲା ବନ୍ଦ ଯୋଗୁଁ ଭାଙ୍ଗିଯାଇଛି ଏମାନଙ୍କ ଆର୍ଥିକ ମେରୁଦଣ୍ଡ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.