ETV Bharat / state

ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ପ୍ରଥମେ ଟଣାହେଲା ସୁଭଦ୍ରାଙ୍କ ରଥ - bahudayatra

ମୟୂରଭଞ୍ଜ ବାରିପଦାରେ ଆରମ୍ଭ ହୋଇଛି ଶ୍ରୀଜୀଉ ମାନଙ୍କର ବାହୁଡା ଯାତ୍ରା । ଟାଉନ ଥାନା ପାଖରେ ପହଞ୍ଚିଲା ଦେବୀ ସୁଭଦ୍ରାଙ୍କ ରଥ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jul 13, 2019, 9:12 PM IST

ବାରିପଦା: ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି (ଶନିବାର) ଆରମ୍ଭ ହୋଇଛି ଶ୍ରୀଜୀଉ ମାନଙ୍କ ବାହୁଡା ଯାତ୍ରା । ଶୁକ୍ରବାର ମାଉସୀ ମା' ମନ୍ଦିରରୁ ପହଣ୍ଡି ବିଜେ ପରେ ତିନିଠାକୁର ରଥାରୂଢ ହୋଇ ଭକ୍ତଙ୍କୁ ରଥ ଉପରେ ଦର୍ଶନ ଦେଇଥିଲେ । ପରମ୍ପରା ଅନୁଯାୟୀ ଶନିବାର ଦିନ 2 ଟା 30ରୁ ମାଉସୀ ମା' ମନ୍ଦିର ନିକଟରୁ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ଟାଣି ଭକ୍ତ ମାନେ ଶ୍ରୀହରିବଳଦେଵ ଜୀଉଙ୍କ ମନ୍ଦିର ନିକଟରେ ପହଞ୍ଚାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଏହାପରେ ଆରମ୍ଭ ହୋଇଥିଲା ଦେବୀ ସୁଭଦ୍ରାଙ୍କ ରଥଟଣା କାର୍ଯ୍ୟକ୍ରମ । ହଜାର ହଜାର ମହିଳା ରୁଣ୍ଡ ହୋଇଥିଲେ ରଥଟାଣିବା ପାଇଁ । ଶନିବାର ଦେବୀ ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଟାଣି ଟାଉନ ଥାନା ପାଖରେ ପହଞ୍ଚାଇଛନ୍ତି ।

ଆସନ୍ତାକାଲି(ରିବାବର) ପୁଣି ଥରେ ଅଧାବାଟରେ ଅଟକିଥିବା ଦେବୀ ସୁଭଦ୍ରାଙ୍କ ରଥକୁ ଟାଣିବା ପରେ ପ୍ରଭୁ ବଳଭଦ୍ରଙ୍କ ରଥ ଟଣାଯିବ । ପୋଲିସ ଓ ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଶନିବାର ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ରେ ଆଜି ଆରମ୍ଭ ହୋଇଅଛି ଶ୍ରୀଜୀଉ ମାନଙ୍କ ର ବାହୁଡା ଯାତ୍ରା। ଗତକାଲି ମାଉସୀ ମା ମନ୍ଦିର ରୁ ପହଣ୍ଡି ବିଜେ ପରେ ତିନିଠାକୁର ରଥାରୂଢ ହୋଇ ଭକ୍ତ ଙ୍କୁ ରଥ ଉପରେ ଦର୍ଶନ ଦେଇଥିଲେ। ପରମ୍ପରା ଅନୁଯାୟୀ ଆଜି ଦିନ 2 ଟା 30 ରୁ ମାଉସୀ ମା ମନ୍ଦିର ନିକଟରୁ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ଟାଣି ଭକ୍ତ ମାନେ ଶ୍ରୀହରିବଳଦେଵ ଜୀଉ ଙ୍କ ମନ୍ଦିର ନିକଟରେ ପହଞ୍ଚାଇଥିଲେ। ତାପରେ ଆରମ୍ଭ ହୋଇଥିଲା ଦେବୀ ସୁଭଦ୍ରାଙ୍କ ରଥଟଣା କାର୍ଯ୍ୟକ୍ରମ ହଜାର ହଜାର ମହିଳା ବାରିପଦା ବଡଦାଣ୍ଡ ରେ ରୁଣ୍ଡ ହୋଇଥିଲେ ରଥଟାଣିବା ପାଇଁ। ଆଜି ଦେବୀ ସୁଭଦ୍ରାଙ୍କ ରଥ କୁ ମହିଳା ମାନେ ଟାଣି ଅଧା ବାଟ ଅର୍ଥାତ ଟାଉନ ଥାନା ପାଖରେ ପହଞ୍ଚାଈଛନ୍ତି ।

Body:ଆସନ୍ତା କାଲି ପୁଣି ଥରେ ଅଧାବାଟରେ ଅଟକିଥିବା ଦେବୀ ସୁଭଦ୍ରାଙ୍କ ରଥ କୁ ଟାଣିବା ପରେ ପ୍ରଭୁ ବଳଭଦ୍ରଙ୍କ ରଥ କୁ ଟାଣିବେ। ପୋଲିସ ଓ ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଆଜି ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ରେ ଲକ୍ଷାଧିକ ଭକ୍ତ ଙ୍କ ଭିଡ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଦେବୀ ସୁଭଦ୍ରାଙ୍କ ରଥ କୁ ମହିଳା ମାନେ ଟାଣିବା ପରମ୍ପରା ଥିବାରୁ ମୟୁରଭଞ୍ଜ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ମୟୁରଭଞ୍ଜ ଏସ ପି।
ବାଇଟ-ଅବିନାଶ କୁମାର-ଏସ ପି-ମୟୁରଭଞ୍ଜ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.