ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମପଞ୍ଚାୟତ ବଡପୋଷି ଗ୍ରାମରେ ପିଇବା ପାଣିର ସମସ୍ୟା ଯୋଗୁଁ ଶତାଧିକ ମହିଳା ଆଜି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓଙ୍କୁ ଏହାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି । ଗ୍ରାମରେ ପ୍ରାୟ ୨୦୦ ଟି ପରିବାର ବସବାସ କରୁଥିବାବେଳେ ଗ୍ରାମରେ ଥିବା ନଳକୂପ ଗୁଡିକରୁ ନାଲି ପାଣି ବାହାରୁଛି ।
ନଳକୂପରୁ ବାହାରୁଥିବା ପାଣି ପିଇବା ଉପଯୁକ୍ତ ନଥିବାରୁ ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ପୂର୍ବରୁ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ । ଏହାର କୌଣସି ସ୍ଥାୟୀ ସମାଧାନ ନ ହେବାରୁ ଲୋକେ ପିଇବା ପାଣି ନପାଇ ସମସ୍ୟା ଭୋଗୁଥିଲେ । ଏନେଇ ଆଜି ବିଡ଼ିଓଙ୍କ ନିକଟରେ ପହଞ୍ଚି ଅଭିଯୋଗ କରିବା ପରେ ଗ୍ରାମରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ କରାଯିବାକୁ ବିଡ଼ିଓ ପ୍ରତିଶ୍ରୁତି ଦେଇଥିଲେ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ