ରାଇରଙ୍ଗପୁର : ଦେଶରେ କାର୍ଯ୍ୟକାରୀ ହୋଇଥିବା ନୂତନ ମୋଟରଯାନ ଆଇନକୁ ନେଇ ସାରା ଦେଶରେ ଭୟର ବାତାବରଣ ଦେଖା ଦେଇଛି । ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡା ଫାଣ୍ଡି ଅଧିକାରୀ ବରୁଣ କୁମାର ଗିରି ହାଟବାଦଡା ଅଞ୍ଚଳର ଜନସାଧାରଣଙ୍କୁ ଏନେଇ କରାଉଛନ୍ତି ସଚେତନ ।
ତେବେ ମୋଟରଯାନ ସଂଶୋଧନ ଆଇନ 2019 ଲାଗୁ ହେବାପରେ ହାଟବାଦଡା ଫାଣ୍ଡି ତରଫରୁ ଜନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଫାଣ୍ଡି ଅଧିକାରୀ ଓ ଫାଣ୍ଡି କର୍ମଚାରୀ ମାନେ ନୂତନ ମୋଟରଯାନ ସଂଶୋଧନ ଆଇନକୁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ହାଟବାଦଡା ଫାଣ୍ଡିରୁ ବାଇକ ରାଲିରେ ବାହାରିଥିଲେ I ଡାକ ବାଜିଯନ୍ତ୍ର ଦ୍ଵାରା ଲୋକଙ୍କୁ ସଚେତନତାର ସ୍ଲୋଗାନ ଦେଇ ହାଟବାଦଡା ଅଞ୍ଚଳରେ ବୁଲିଥିଲେ I
ନୂତନ ମୋଟରଯାନ ଆଇନ ଖିଲାପକାରୀଙ୍କୁ ବିଭିନ୍ନ ଛକରେ ପୋଲିସ ଅଟକାଇ ନିୟମ ପାଳନ କରିବାକୁ ଅନୁରୋଧ କରିବା ସହ ପରବର୍ତ୍ତୀ ସମୟରେ ନିୟମ ଖିଲାପ କଲେ ଚାଲାଣ କଟାଯିବା ନେଇ ମଧ୍ୟ ଅବଗତ କରାଇଥିଲେ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ