ETV Bharat / state

ଜଙ୍ଗଲ ନିଆଁକୁ ରୋକିବା ପାଇଁ ବନବିଭାଗର ଜୋରଦାର ପ୍ରୟାସ, ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ

author img

By

Published : Apr 6, 2022, 6:17 PM IST

ଜଙ୍ଗଲ ନିଆଁକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଇରଙ୍ଗପୁର ବନଖଣ୍ଡ ତରଫରୁ ବ୍ୟାପକ ଜନସଚେତନା କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । ଅଧିକ ପଢନ୍ତୁ

ଜଙ୍ଗଲ ନିଆଁକୁ ରୋକିବା ପାଇଁ ବନବିଭାଗର ଜୋରଦାର ପ୍ରୟାସ, ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ
ଜଙ୍ଗଲ ନିଆଁକୁ ରୋକିବା ପାଇଁ ବନବିଭାଗର ଜୋରଦାର ପ୍ରୟାସ, ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ରାଇରଙ୍ଗପୁର: ଜଙ୍ଗଲ ନିଆଁକୁ ରୋକିବା ପାଇଁ ବନବିଭାଗର ଜୋରଦାର ପ୍ରୟାସ । ଗତବର୍ଷ ସମଗ୍ର ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ତଥା ଛୋଟବଡ଼ ବିଭିନ୍ନ ଜଙ୍ଗଲରେ ବ୍ୟାପକ ଭାବେ ନିଆଁ ଲାଗିବା ଯୋଗୁଁ ବନବିଭାଗକୁ ନାକେଦମ ହେବାକୁ ପଡିଥିଲା । ଜଙ୍ଗଲ ନିଆଁକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଇରଙ୍ଗପୁର ବନଖଣ୍ଡ ତରଫରୁ ବ୍ୟାପକ ଜନସଚେତନା କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । ରାଇରଙ୍ଗପୁର ବନଖଣ୍ଡ ଅଧିନସ୍ଥ ୫ଟି ରେଞ୍ଜର ୧୭ ସେକ୍ସନର ୪୨ଟି ବିଟ ଅଧୀନରେ ମୋଟ ୪୩୦ଟି ସଚେତନତା ଶିବିର ବନ ଅଧିକାରୀ, କର୍ମଚାରୀ, ବନ ସୁରକ୍ଷା ସମିତିର ସଦସ୍ୟଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ବେଳେ ଅଦ୍ୟାବଧି କାର୍ଯ୍ୟକ୍ରମ ଚାଲୁରହିଛି ।

ଗତବର୍ଷ କେବଳ ବିଶୋଇ ରେଞ୍ଜ ଅଧିନ ସଂରକ୍ଷିତ ଜଙ୍ଗଲରେ ୧୯୫ଟି ଅଗ୍ନିକାଣ୍ଡ ହୋଇଥିଲା । କିନ୍ତୁ, ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ପରେ ଚଳିତ ବର୍ଷ ମାତ୍ର ୨୩ଟି ସଂରକ୍ଷିତ ଜଙ୍ଗଲ ଓ କୃଷିକ୍ଷେତ୍ରରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଏହାକୁ ଆୟତ୍ତ କରାଯାଇପାରିଛି । ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ନଳିନୀକାନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୦୭ ଜଣ ପାରା ଆସିଷ୍ଟାଣ୍ଟ, ୭୩ ଜଣ ଫାୟାର କର୍ମୀ ୧୦୩ଟି ଅଗ୍ନି ନିର୍ବାପକ ଯନ୍ତ୍ର ସହିତ ସମସ୍ତ ରେଞ୍ଜ ଅଧିନରେ ୨୪ ଘଣ୍ଟିଆ ଦୃଷ୍ଟି ରଖିଛନ୍ତି । ତେବେ ଏହିପରି ଏକ ସଚେତନା କାର୍ଯ୍ୟକ୍ରମ ସରଗଡା ଜଙ୍ଗଲରେ ମଧ୍ୟ ଚାଲିଛି । ରାଇରଙ୍ଗପୁର ଡିଏଫଓ ନଳିନୀକାନ୍ତ ବେହେରା, ରାଇରଙ୍ଗପୁର ରେଞ୍ଜର, ବିଶୋଇ ରେଞ୍ଜର, ବନକର୍ମଚାରୀ, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରଦୀପ୍ତ କବି ପ୍ରଭୁତି ଗ୍ରାମବାସୀଙ୍କୁ ସଚେତନ କରୁଥିବା ଦେଖାଯାଇଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.